ଇଫକୋ ଡିଏଭି ସ୍କୁଲର ପ୍ରତିଷ୍ଠା ଦିବସ
ପାରାଦୀପ : ପାରାଦୀପ ସ୍ଥିତ ଇଫକୋ ଡିଏଭି ପବ୍ଲିକ ସ୍କୁଲର ୨୦ତମ ପ୍ରତିଷ୍ଠା ଦିବସ ଇଫକୋର କମୁ୍ୟନିଟି ସେଣ୍ଟର ଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇଫକୋ ପାରାଦୀପ ୟୁନିଟର ମୁଖ୍ୟ ନିଦେ୍ର୍ଦଶକ ପି.କେ.ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରାଦୀପ ମହାବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରଫେସର ଗଣେଶ୍ୱର ପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଥିଲେ । ଡିଏଭିସ୍କୁଲର ଅଧ୍ୟକ୍ଷ ସମ୍ବିତ ସୁକୁମାର ଚିନାରାଙ୍କ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ମହାପାତ୍ର କହିଛନ୍ତି ଛାତ୍ରଛାତ୍ରୀ ମାନଙ୍କର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଶଂସା ଏବଂ ଉସôାହ ଆବଶ୍ୟକ । ଶିକ୍ଷା କ୍ଷେତ୍ରରେ ସେମାନଙ୍କର ଅକ୍ଳାନ୍ତ ପ୍ରୟାସ, ସଫଳତା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରି ଆଗକୁ ବଢିବା ପାଇଁ ମହାପାତ୍ର ପରାମର୍ଶ ଦେବା ସହିତ ସେମାନଙ୍କୁ ଗଢ଼ି ତୋଳିବାରେ ଶିକ୍ଷକମାନଙ୍କ ଉଦ୍ୟମକୁ ଉଚ୍ଚÿ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଛାତ୍ରଛାତ୍ରୀ ମାନଙ୍କୁ ଉସôାହିତ କରି କହିଥିଲେ ଯେ ଜୀବନରେ ଉନ୍ନତି ଓ ଲକ୍ଷ୍ୟ ହାସଲ ପାଇଁ ପ୍ରେରଣା ଓ ଉସôାହ ଆବଶ୍ୟକ ଏବଂ ଦକ୍ଷତା ବିକାଶ ପାଇଁ ପ୍ରୟାସ ଉଦେ୍ଦଶ୍ୟମୂଳକ ହେବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଫକୋର ପ୍ରଥମ ମହିଳା ସୁପ୍ରିୟା ମହାପାତ୍ର, ଜେଜିଏମ (ଏଫ୍ ଆଣ୍ଡ ଏ) ଡି.ନାୟକ, ଚିଫ୍ ମ୍ୟାନେଜର (ପି ଆଣ୍ଡ ଏ) ବିଜୟ କୁମାର ପରିଡା, ଇଫକୋ ଡିଏଭି ସ୍କୁଲ ଅଧ୍ୟକ୍ଷ ସମ୍ବିତ ସୁକୁମାର ଚିନାରା,ପିପିଏଲ ଡିଏଭି ସ୍କୁଲ ଅଧ୍ୟକ୍ଷ ସଞ୍ଜିବ କୁମାର ସାହୁ,ପିପିଟି ଡିଏଭି ସ୍କୁଲ ର ଅଧ୍ୟକ୍ଷା ବିନ୍ଦୁଶ୍ରୀ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇଫକୋ ପାରାଦୀପ ୟୁନିଟର ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।