ଦଳିତ ମହିଳାଙ୍କୁ ଦୁର୍ବ୍ୟବହାର; ଜିଲ୍ଲାପାଳ ଓ ଏସ୍ପିଙ୍କୁ ଦାବିପତ୍ର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ବେଢାପାଳ ଗ୍ରାମର ଦଳିତ ସମ୍ପ୍ରଦାୟ ମହିଳାମାନଙ୍କୁ ଉକ୍ତ ଗ୍ରାମର ସବର୍ଣ ବ୍ୟକ୍ତିମାନେ ଅଶାଳୀନ ବୁ୍ୟବ୍ୟବହାର କରି ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରି ଆଜି ଜିଲ୍ଲାପାଳ ଓ ଏସ୍ପିଙ୍କୁ ଗ୍ରାମର ବହୁ ମହିଳାମାନେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗକାରୀ ମନେ ପ୍ରକାଶ କରିଛନ୍ତି ଯେ, ପୂର୍ବ ଶତ୍ରୁତାକୁ ନେଇ ଗ୍ରାମର ସବର୍ଣ୍ଣ ବ୍ୟକ୍ତିମାନେ ରାଗ ରଖି ଦଳିତ ମହିଳାମାନେ ଗାଧୋଇ ସାହି ଫୋରୁଥିବା ସମୟରେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଦେବା ସହ ଇଜ୍ଜତ ବରବାଦ କରିଦେବାକୁ ଧମକାଇ ଭୟଭୀତ କରିଛନ୍ତି । ଏ ସମ୍ବନ୍ଧରେ ସାହିର ମୁରବୀ ଲୋକମାନଙ୍କୁ ଜଣାଇବାରେ କହିଲେ ଯେ, ସବର୍ଣ୍ଣ ଲୋକମାନେ ବହୁ ସଂଖ୍ୟାରେ ଅଛନ୍ତି ତେଣୁ ଆମେ ତାଙ୍କୁ ପାରିବା ନାହିଁ, ଆମେ ଆଇନ୍ର ଆଶ୍ରୟ ନେବା ବୋଲି କହିଥିଲେ । ପୂର୍ବରୁ ଦଳିତ ସାହିର ଲୋକମାନେ କେଉଁ ଆବାହମାନ କାଳରୁ ଗ୍ରାମ ମୁଣ୍ଡରେ ଥିବା ସରକାରୀ ପଡିଆ ଉପରେ କେତେକ ଦରକାରୀ ଗଛ ଲଗାଇବା ସହ କିଛି ଅଳ୍ପ ଭୂମିକୁ ଚାଷ ଉପଯୋଗୀ କରି ସେଥୁରୁ ଉତ୍ପାଦିତ ପଦାର୍ଥରେ ସାହିର ଚୈତନ୍ୟ ଠାକୁର, ଶନି ଠାକୁର ଓ ମଙ୍ଗଳା ମନ୍ଦିରର ପୂଜାକାମରେ ଲଗାଇ ଆସୁଥିଲେ । ସେହି ଗ୍ରାମର ଉସôବ ବେହେରା ଉକ୍ତ ଗଛ ଓ ଚାଷ ଜମିକୁ ଜେସିବି ଲଗାଇ ତାଢି ନଷ୍ଟ କରୁଥିଲେ । ଏହାର ପ୍ରତିବାଦ କରିବା ଦ୍ୱାରା ସେ ତାଙ୍କ ଗ୍ରାମ ଲୋକଙ୍କୁ ଉସୁକାଇବାରୁ ତାଙ୍କ ଗ୍ରାମ ଲୋକମାନେ ଅସଭ୍ୟ ବ୍ୟବହାର ଜରୁଛନ୍ତି । ଏପରିକି ଦଳିତ ସାହିକୁ ପାଣି ଛାଡ଼ୁ ନାହାଁନ୍ତି, ଇଲେକ୍ଟ୍ରିକ୍ ଲାଇନ୍ କାଟି ଦେଉଛନ୍ତି ଓ ଭାଗଚାଷ ବନ୍ଦ କରି ଗାଇଗୋରୁଙ୍କୁ ଚରିବା ପାଇଁ ମନା କରୁଛନ୍ତି । ପିଲାମାନେ ପାଠପଢି ନଯିବ ଓ ଅନ୍ୟାନ୍ୟ ମନ୍ଦିର ଚାରଣ କରୁଛନ୍ତି । ତେଣୁ ଆଇନ୍ର ଆଶ୍ରୟ ନେବା ପାଇଁ ଗ୍ରାମର ମହିଳାମାନେ ଉପାୟ ଶୂନ୍ୟ ହୋଇ ଏହା ଉପରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ୍ୟାୟ ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ଓ ଏସ୍ପିଙ୍କୁ ଏକ ଅଭିଯୋଗ ପ୍ରଦାନ କରିଛନ୍ତି । ଏହି ଅଭିଯୋଗ ପ୍ରଦାନ ବେଳେ ଗ୍ରାମର ମହିଳା ସୁବାଷିନୀ ମଲ୍ଲିକ, ଦେବସୀ ମଲ୍ଲିକ, ନିରୂପମା ମଲ୍ଲିକ, ଯଶୋଦା ମଲ୍ଲିକ, ମାନିନୀ ମଲ୍ଲିକ, କାଂଚନ ମଳିକ, ଜ୍ୟୋସô୍ନା ମଳିକଙ୍କ ସମେତ ବହୁ ମହିଳା ଓ ପୁରୁଷଙ୍କ ସହିତ ଦଳିତ ନେତା ଶ୍ରୀକାନ୍ତ ମଲ୍ଲିକ ଉପସ୍ଥିତ ଥିଲେ ।