ରାଜଧାନୀରେ ଆମ ବସ୍ ସେବା ବନ୍ଦ, ଯାତ୍ରୀ ହନ୍ତସନ୍ତ

ରାଜଧାନୀରେ ଆମ ବସ୍  ସେବା ବନ୍ଦ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ବର: ରାଜଧାନୀରେ ଆମ ବସ୍ ସେବା ଏକ ପ୍ରକାର ଠପ୍ ହୋଇଯାଇଛି । ମାଷ୍ଟରକ୍ୟାଣ୍ଟିନରେ ବସ୍ ଡିପୋରେ ବସ୍ ରଖି ଆନ୍ଦୋଳନ କରୁଛନ୍ତି ଡ୍ରାଇଭର୍ ଓ କଣ୍ଡକ୍ଟର୍। ସୁରକ୍ଷା ଦାବିରେ ଆନ୍ଦୋଳନ କରୁଥିବା ଜଣାଯାଇଛି। ବିନା କାରଣରେ ଆମ ବସ୍ର ଡ୍ରାଇଭର୍ ଓ କଣ୍ଡକ୍ଟରଙ୍କୁ ମାଡ଼ ମରାଯାଇଥିବା ବେଳେ ଏହି ଘଟଣାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି ।ଆନ୍ଦୋଳନରତ କର୍ମଚାରୀମାନେ ମାଡ଼ ମାରିଥିବା ଲୋକକୁ ଗିରଫ କରିବା ଦାବିରେ ଅଟଳ ଅଛନ୍ତି । ସରକାର ସୁରକ୍ଷା ଯୋଗାଇଦେଲେ ପୁଣି ବସ୍ ଚଳାଳ ସ୍ବାଭାବିକ ହେବ ବୋଲି ଆନ୍ଦୋଳନରତ କର୍ମଚାରୀ କହିଛନ୍ତି । ଏଣେ ରାଜଧାନୀରେ ଆମ ବସ୍ ସେବା ଠପ୍ ହେବା ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହେଉଛି।