ରାଜଧାନୀରେ ଲାଗିବ ଏୟାର ପ୍ୟୁରିଫାୟର

ରାଜଧାନୀରେ ଲାଗିବ ଏୟାର ପ୍ୟୁରିଫାୟର

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣର ମାତ୍ରା । କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବାୟୁର ମାତ୍ରା ଅତ୍ୟନ୍ତ ଖରାପ ସ୍ତରକୁ ଖସି ଯାଇଛି । ଏମଧ୍ୟରେ ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ ରୋକିବା ପାଇଁ ଏୟାର ପ୍ୟୁରିଫାୟର ଲାଗିବ । ଭୁୁବନେଶ୍ୱରର ପ୍ରମୁଖ ସ୍ଥାନରେ ପ୍ରାଥମିକ ଭାବେ ଏହି ଏୟାର ପ୍ୟୁରିଫାୟର୍‌ ଲଗିବ । ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । 

  ମେୟର କହିଛନ୍ତି ଯେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ଆଲୋଚନା କରାଯାଇଛି । ଏହା ପରେ ମେସିନ କିଣାଯାଇ ଲଗାଯିବ । ଫଳରେ ଭୁବନେଶ୍ୱରବାସୀ ବିଷାକ୍ତ ବାୟୁ କବଳରୁ ରକ୍ଷା ପାଇବେ । ଭୁବନେଶ୍ୱରରେ ଯେଉଁଠି ସଫେଇ କରାଯାଉଛି ସେଠାରେ ପାଣି ସିଞ୍ଚନ କରାଯାଉଛି । ଲୋକମାନେ ପ୍ରଥମେ ସଚେତନ ହେବାର ଆବଶ୍ୟକତା ରହିଛି । ଘର ପିଛା ୪ରୁ୫ ଗାଡି କିଣୁଛନ୍ତି । ଏହା ପ୍ରଦୂଷଣର ମାତ୍ରା ବଢ଼ାଉଛି ବୋଲି ମେୟର କହିଛନ୍ତି ।