ଏତଲା କପିରେ ରହୁଛି ଏକାଧିକ ତ୍ରୁଟି


-ଦିଆଯାଉଥିବା ଆଇଓ,ଇନ୍ସପେକ୍ଟର ନମ୍ବର ଲାଗୁଛି
-କୋର୍ଟଙ୍କ ତାଗିଦ ପରେ ବି ସୁଧୁରୁନି ପୁଲିସ
-ରାଜଧାନୀରେ ଆଇଆଇସି,ଫୋନ୍ ଲାଗୁଛି ଅନ୍ୟ ଜିଲ୍ଲାରେ
-ଅଭିଯୋଗକାରୀ ଯୋଗାଯୋଗ କରିବାରେ ବିଫଳ ହେଉଛନ୍ତି
 ।ା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର, ୮ା୧୧ : ଅଭିଯେଗାକାରୀଙ୍କୁ ଦିଆଯାଉଥିବା ଏତଲା କପିରେ ରହୁଛି ସାଂଘାତିକ ତ୍ରୁଟି । ଏନେଇ କୋର୍ଟ ପୁଲିସକୁ ବାରମ୍ଭାର ତାଗିଦ କଲେ ମଧ୍ୟ ପୁଲିସ ସୁଧୁରୁନି । ସେଇ ଗୋଟିଏ ତ୍ରୁଟି ଏକାଧିକ ବାର କରୁଛି ।  ଦିଆଯାଉଥିବା ଏତଲା କପିରେ ମାମଲା ନମ୍ବର, ଆଇପିସି ଦଫା ସହିତ ତଦନ୍ତ ଅଧିକାରୀ ଏବଂ ଥାନାର ଇନ୍ସପେକ୍ଟରଙ୍କ ନାମ ଫୋନ୍ ନମ୍ବର ରହିବା ବାଧ୍ୟତା ମୂଳକ । ଏନେଇ ମଧ୍ୟ ହାଇକୋର୍ଟ ପୁଲିସ ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଏତଲା କପିରେ ଏକାଧିକ ତ୍ରୁଟି ରହୁଥିବା ପରିଲେଖିତ ହେଉଛି । ଏଥିରେ ଦିଆଯାଉଥିବା ଫୋନ୍ ନମ୍ବରକୁ ତଦନ୍ତ ଅଧିକାରୀ ବ୍ୟବହାର କରୁନଥିବା ବେଳେ ପ୍ରଥମ ସୂଚନା ତଥ୍ୟ( ଫାଷ୍ଟ ଇନ୍ଫରମେସନ୍ କଣ୍ଟେନ୍)ରେ ଅଭିଯୋଗକାରୀଙ୍କ ଅଭିଯୋଗ ରହୁନି । ଯେଉଁଥି ପାଇଁ ଅନେକ ଥର ପୁଲିସ କୋର୍ଟଙ୍କ ଦ୍ୱାରା ଲଜ୍ଜ୍ିତ ହେଉଛି । ଏଭଳି ତ୍ରୁଟି ନକରିବା ପାଇଁ ମଧ୍ୟ ପୁଲିସକୁ କୋର୍ଟ ତାଗିଦ କରୁଥିଲେ ମଧ୍ୟ ପୁଲିସ ସୁଧୁରୁ ନାହିଁ । ବଡ ସମସ୍ୟା ହେଲା ଏତଲା କପିରେ ଦିଆଯାଉଥିବା ତଦନ୍ତ ଅଧିକାରୀ(ଆଇଓ ଏବଂ ଇନ୍ସପେକ୍ଟର) ଫୋନ୍ ନମ୍ବର ସେମାନେ ବ୍ୟବହାର କରୁନାହାନ୍ତି । ଯେଉଁଥି ପାଇଁ ଥାନାରେ ଅଭିଯୋଗ କରିଥିବା ଅଭିଯୋଗକାରୀ ତଦନ୍ତ ଅଧିକାରୀଙ୍କ ଫୋନ୍ ନମ୍ବର ଖୋଜି ବାଉଳା ହେଉଛନ୍ତି । ଶେଷରେ ଛୋଟ କାମ ପାଇଁ ବାଧ୍ୟ ହୋଇ ଥାନାକୁ ଦୌଡୁଛନ୍ତି । ବଡ଼ କଥା ହେଲା ତଦନ୍ତ ଅଧିକାରୀ ହୁଅନ୍ତୁ ଅବା ଥାନା ବାବୁ ସେମାନେ ଜାଣିଶୁଣି ଏଭଳି କରୁଥିବା ଦେଖିବାକୁ ମିଳୁଛି । ଗତ କିଛି ଦିନ ହେବ ରାଜଧାନୀର ବିଭିନ୍ନ ଥାନାକୁ ବଦଳି ହୋଇ କିଛି ଥାନା ଅଧିକାରୀ ଆସିଛନ୍ତି । ସେମାନେ ଅଧିକ ଫୋନ୍ ନମ୍ବରକୁ ଭୁଲ ଭାବରେ ଦେଇଛନ୍ତି । ତାଙ୍କୁ ଫୋନ୍ କଲେ ସେ ପୂର୍ବରୁ ଥିବା ଜାଗାରେ ଲାଗୁଛି । ଯେଉର୍ଥି ପାଇଁ ଏତଲା କପିରେ ଥାନା ଅଧିକାରୀଙ୍କ ଭୁଲ ନମ୍ବର ଦିଆଯାଉଥିବାରୁ ଲୋକେ ସମସ୍ୟାରେ ପଡୁଛନ୍ତି । ରାତି ଅଧରେ କିଛି ସମସ୍ୟା ହେଲେ ଦିଆଯାଇଥିବା ଫୋନ୍ ନମ୍ବରକୁ ଯୋଗାଯୋଗ କଲେ ଲାଗୁଛି । ଅନେକ ପୁଲିସ ଅଧିକାରୀ ଯେଉଁ ଫୋନ୍ ନମ୍ବର ବ୍ୟବହାର କରୁଛନ୍ତି ତାହାକୁ ଏହି ଏତଲା କପିରେ ଦେଉନାହାନ୍ତି । କିନ୍ତୁ ପୂର୍ବରୁ ବନ୍ଦ ହୋଇଥିବା ଫୋନ୍ ନମ୍ବରକୁ ସେମାନେ ନାମକୁ ମାତ୍ର ଦେଇ ଦେଉଛନ୍ତି । ପୁଲିସର ଏଭଳି କାର୍ଯ୍ୟ କୋର୍ଟଙ୍କ ନିଦେ୍ର୍ଦଶକୁ ଅବମାନନା ହେଉଛି । କାରଣ କୋର୍ଟ ଏକ ରାୟରେ ଏହା ଶୁଣାଇଛନ୍ତି ଯେ, ଅଭିଯୋଗକାରୀଙ୍କୁ ଦିଆଯାଉଥିବା ଏତଲା କପିରେ ସବୁ କିଛି ସ୍ପଷ୍ଟଭାବେ ରହିବା ଆବଶ୍ୟକ । ତଦନ୍ତ ଅଧିକାରୀଙ୍କ ନାମ, ଫୋନ୍ ନମ୍ବର ଏବଂ ଅଭିଯୁକ୍ତ ବିରୋଧରେ ଲଗାଯାଉଥିବା ଦଫା ସ୍ପଷ୍ଟ ଭାବେ ଉଲ୍ଲଖ ରହିବା ଆବଶ୍ୟକ । ଯଦି ଇଂରାଜୀ ଲେଖିବାରେ ସମସ୍ୟା ହେଉଛି ଓଡ଼ିଆରେ ଲେଖିବାକୁ ମଧ୍ୟ କୁହାଯାଇଛି । କିନ୍ତୁ ପୁଲିସ ଅଧିକାରୀମାନେ ଜାଣିଶୁଣି ଏଭଳି ଭୁଲ୍ କରୁଥିବା ଜଣାପଡ଼ିଛି । ଅନ୍ୟପଟରେ ଥାନାକୁ ଦିଆଯାଇଥିବା ସିୟୁଜି ନମ୍ବର ମଧ୍ୟ କେହି ଉଠାଉ ନାହାନ୍ତି । କାଁ ଭାଁ ଥାନା ଅଧିକାରୀ ସିୟୁଜି ନମ୍ବର ଉଠାଉଥିବା ବେଳେ ଅନ୍ୟମାନେ ଫୋନ୍ ନମ୍ବରକୁ ବ୍ୟବହାର କରୁନାହାନ୍ତି ।