ଶିଶୁ ଶ୍ରମିକକୁ ଉଦ୍ଧାର କଲା ରୁଚିକା ଚାଇଲ୍ଡ ଲାଇନ୍

ଶିଶୁ ଶ୍ରମିକକୁ ଉଦ୍ଧାର କଲା ରୁଚିକା ଚାଇଲ୍ଡ ଲାଇନ୍

ଭୁବନେଶ୍ୱର, ୧୮ ।୧୧ : ହୋଟେଲରୁ ଜଣେ ୧୧ ବର୍ଷର ଶିଶୁ ଶ୍ରମିକକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ସହଯୋଗରେ ଉଦ୍ଧାର କରିଛି ରୁଚିକା ଚାଇଲ୍ଡ ଲାଇନ ଟିମ୍ । ପରେ ଶିଶୁ କଲ୍ୟାଣ ସମିତି ନିକଟରେ ଉପସ୍ଥିତ କରାଯାଇଥିଲା । ଶିଶୁ କଲ୍ୟାଣ ସମିତିର ନିଦେ୍ର୍ଦଶ କ୍ରମେ ପିଲାଟିକୁ ରୁଚିକା ଓପନ ସେଲ୍ଟରକୁ ପଠାଇ ଦିଆଯାଇଛି । ସୂଚନା ଯୋଗ୍ୟଯେ, ଉଦ୍ଧାର ଶିଶୁଟିର ଘର ହେଉଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ । କିନ୍ତୁ ଗତ କିଛିମାସ ହେବ ଶିଶୁର ପରିବାର ଶୈଳଶ୍ରୀବିହାର ଅଞ୍ଚଳର ଏକ ବସ୍ତିରେ ରହିଆସୁଥିଲେ । କିଛିଦିନ ପୂର୍ବରୁ ଶିଶୁଟିର ବାପା ସମସ୍ତଙ୍କୁ ଛାଡି କୁଆଡେ ଚାଲିଯାଇଥିଲା । ଫଳରେ ପିଲାଟି ସେହି ଅଞ୍ଚଳର ଏକ ହାଲୋ ଷ୍ଟେ ନାମକ ହୋଟେଲରେ ପ୍ରାୟ ୩ ମାସ ହେବ କାମ କରିଆସୁଅଛି । ହୋଟେଲର ମ୍ୟାନେଜର ଦିପୁ ସାମନ୍ତ ପିଲାଟିକୁ ହୋଟେଲରେ ଝାଡୁ ପୋଛା, ପରିବା କଟା, ପାଣି ଦେବା ଇତ୍ୟାଦି କାମରେ ନିୟୋଜିତ କରି ତାକୁ ଶୋଷଣ କରୁଥିଲେ । ଏପଟେ ପିଲାଟିର ମାସିକ ମଜୁରୀ ବାବଦକୁ ପଇସା ତାର ଜେଜେ ମା' ନେଇଯାଏ ବୋଲି ପିଲାଟି କହିଛି । ଏହା ଏକ ଶିଶୁ ଚାଲାଣ ଓ ଶିଶୁ ଶ୍ରମିକ ତଥା ଶିଶୁ ନିର୍ଯ୍ୟାତନା ଘଟଣା । ପିଲାଟିକୁ ଉଦ୍ଧାର କରି ରୁଚିକାର କର୍ମକର୍ତ୍ତା ହରପ୍ରିୟା ପତି, ଘନଶ୍ୟାମ ଭୋଇ ଓ ଅଜୟ କୁମାର ମହାରଣା ଅତିରିକ୍ତ ଶିଶୁ କଲ୍ୟାଣ ସମିତି ନିକଟରେ ଉପସ୍ଥିତ କରାଇଥିଲେ । ପରେ ଶିଶୁ କଲ୍ୟାଣ ସମିତିର ନିଦେ୍ର୍ଦଶକ୍ରମେ ପିଲାଟିକୁ ରୁଚିକା ଓପନ ସେଲ୍ଟରକୁ ପଠାଇ ଦିଆଯାଇଛି । ରୁଚିକା ସମାଜ ମଙ୍ଗଳ ସଂଗଠନ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଘଟଣା ସମ୍ପର୍କରେ ଏକ ଏତଲା ଦାୟର କରାଯିବ ବୋଲି ରୁଚିକା ମଙ୍ଗଳ ସଂଗଠନ  ପକ୍ଷରୁ ସୂଚନା ଦେଇଛନ୍ତି ।