ରାଜସ୍ୱ ପରିଚାଳନା   ବରୀ ରାଜ୍ୟରେ ୫ମ 

ବରୀ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଲୋକସେବା ଭବନ ଭୁବନେଶ୍ୱର ଠାରେ ଦୁଇ ଦିନିଆ ରାଜସ୍ୱ ଅଧିକାରୀଙ୍କର ସମାରୋହରେ ଅନୁଷ୍ଠିତ ହୋଇଛି । ରାଜସ୍ୱ ବିଭାଗରେ ଉଲ୍ଲେଖନୀୟ ସେବା ଯୋଗାଇ ଦେବାରେ ଯାଜପୁର ଜିଲ୍ଲା ବରୀ ତହସିଲ ରାଜ୍ୟରେ ୫ମ ସ୍ଥାନ ଅଧିକାର କରିଛି । ଏହି ପରିପ୍ରେକ୍ଷୀରେ ତହସିଲଦାର ଦୀପ୍ତିମୟୀ ବେହେରା ଅତିଥିଙ୍କ ଠାରୁ ଉକ୍ରର୍ଷତାର ପ୍ରମାଣପତ୍ର ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ  ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଓ କୋରାଇ ବିଧାୟକ ଆକାଶ ଦାସ ନାୟକ ଯୋଗ ଦେଇଥିଲେ । ଏହି ପୁରସ୍କାର ପ୍ରଦାନ କରିଥିଲେ । ଏଥିପାଇଁ ବରୀ ତହସିଲରେ କର୍ମଚାରୀଙ୍କ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତହସିଲଦାର ଶ୍ରୀମତୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଛି ।