ବ୍ଲକ ସମ୍ମୁଖରେ ଗାଡି ପାର୍କିଂ, ବଢୁଛି ବିପଦ
ରାଜକନିକା : ପ୍ରତ୍ୟକ ଦିନ ରାଜକନିକା ବ୍ଲକକୁ ସହ ସହ ଲୋକେ ଆସୁଥିବା ବେଳେ, ସତେ ଯେମିତି ବିପଦକୁ ସାଙ୍ଗରେ ନେଇ ଆସୁଛନ୍ତି । କେତେ ବେଳେ କାହାର ଜୀବନ ଅକାଳରେ ଚାଲି ନ ଯିବ ତାହା କିଏ କହିବ । କାରଣ ରାଜକନିକା ବ୍ଲକ ମୁଖ୍ୟ ଫାଟକ ସମ୍ମୁଖ ପାଲଟି ଯାଇଛି ଗାଡି ପାର୍କିଂର ପେଣ୍ଠ ସ୍ଥଳୀ ଯିଏ ଅଶୋକ ବଜାର ଦେଇ ମୋଟର ସାଇକେଲ ନେଇ ଆସୁବା ବ୍ଲକରୁ ଅଶୋକ ବଜାର ଯାଉ ବାଧା ଉପୁଯୁଛି ବଡବଡ ଗାଡି ଟ୍ରକ, ପିକ୍ଅପ୍ ଭ୍ୟାନ ଆଦି ପ୍ରତ୍ୟକ ଦିନ ମୁଖ୍ୟ ଫାଟକ ଆଗରେ ବେଆଇନ ପର୍କିଙ୍ଗ ହେଉଥିବା ବେଳେ, ବ୍ଲକ ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଯାହାକୁ ନେଇ ରାଜକନିକା ବ୍ଲକକୁ ଆସୁଥିବା ଲୋକଙ୍କ ମନରେ ଦୁର୍ଘଟଣା ଭୟ ଘାରିଛି । ତେବେ ବ୍ଲକ ପ୍ରଶାସନ ଓ ଗାଡି ମାଲିକଙ୍କ ସହଯୋଗରେ ଏମିତି ବେ ଆଇନ ପାର୍କିଂ ହେଉନିତ? ଯାହାକୁ ନେଇ ବୁଦ୍ଧିଜୀବୀ ଓ ସମାଜସେବୀଙ୍କ ମଧ୍ୟରେ ଆଲୋଚନାର ଚର୍ଚ୍ଚା ଜୋର ଧରିଛି ।