ରାଜା ଚକ୍ର ପଛରେ ବବି ଓ ପାଣ୍ଡିଆନ !

ରାଜା ଚକ୍ର ପଛରେ ବବି ଓ ପାଣ୍ଡିଆନ !

ଭୁବନେଶ୍ୱର : କୋଟିଏ କି ଦିକୋଟି ନୁହେଁ ଏବେ ରାଜା ଚକ୍ର ପ୍ରସଙ୍ଗରେ ହଜାରେ କୋଟି କଥା ଉଠିଛି  । ଅର୍ଥାତ୍‌ ହଜାରେ କୋଟିର ସ୍କାମ୍‌ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  ତେବେ ରାଜା ଚକ୍ରଙ୍କ ପଛରେ କିଏ ? କାହା ବଳରେ ବଳୀୟାନ୍‌ ରାଜା ଏତେବଡ଼ ସାମ୍ରାଜ୍ୟ ବିସ୍ତାର କରିଥିଲା ? ସେନେଇ ଚର୍ଚ୍ଚା ହେବା ସ୍ୱାଭାବିକ  ।

 ରାଜା ଚକ୍ରଙ୍କ ପଛରେ ବବି ଓ ପାଣ୍ଡିଆନ୍‌ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ରାଜା ଦେଉଥିବା ଟଙ୍କାରେ ବିଜେଡ଼ିର ଅନେକ ନେତା ନିର୍ବାଚନ ଲଢୁଥିଲେ  । ଯେଉଁଥିପାଇଁ ରାଜା ଏବେ ସ୍କାନରରେ ଆସି ଯାଇଛନ୍ତି  । ଟ୍ରକ ପିଛା ସେ ୬ ଟଙ୍କା ବଦଳରେ ୬୦ ଟଙ୍କା ଆଦାୟ କରୁଥିବା କୁହାଯାଉଛି  । ଅର୍ଥାତ୍‌ ୧୦ ଗୁଣା ଲାଭ ଅର୍ଜନ କରୁଥିବା ରାଜା ଏବେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି  । ତଦନ୍ତକାରୀ ଟିମ୍‌ ସାରା ରାଜ୍ୟ ଖେଦିଯାଇ ରାଜାର ସବୁ ବ୍ୟବସାୟିକ ପ୍ରତିଷ୍ଠାନକୁ ସ୍କାନ କରୁଛନ୍ତି  । ତଦନ୍ତ ଯେତେ ଆଗକୁ ବଢୁଛି, ରାଜା ଚକ୍ରର କଳା ସାମାଜ୍ୟର ଗୁମର ସେତେ ଖୋଲିବାରେ ଲାଗିଛି  ।

ବିଜେପି ସାଂସଦ ମମତା ମହନ୍ତଙ୍କ କହିବା ଅନୁଯାୟୀ, ବବି ଓ ପାଣ୍ଡିଆନଙ୍କ ବଳରେ ରାଜା ବଳୀୟାନ୍‌ ହୋଇଥିଲେ  । ଚବିଶ ବର୍ଷର ଶାସନରେ ସବୁଠି ମାଫିଆଙ୍କ ଦବଦବା ରହିଥିଲା  । କେନ୍ଦୁଝରରେ ଅଧିକ ପ୍ରଭାବଶାଳୀ ଥିଲେ ରାଜା  । କିଏ ତାଙ୍କୁ ଏତେ ବଳ ଦେଇଥିଲା ତାହାର ତଦନ୍ତ କରୁଛି ପୋଲିସ  । ବିଜେଡି ମହିଳାଙ୍କୁ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲା ବୋଲି ସେ କହିଛନ୍ତି  ।