ଅଙ୍ଗନୱାଡ଼ି କର୍ମୀଙ୍କ ଗଣଧାରଣା

 ନାଉଗାାଁ : ନାଉଗାଁ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଅଙ୍ଗନୱାଡି ସଂଘ କର୍ମୀ ମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତକାଲି ୨୪ତାରିଖରେ ନାଉଗାଁ ବ୍ଳକ ଅଧିନ ଘୋଡାଂଶ ପଞ୍ଚାୟତରେ ଅଙ୍ଗନୱାଡି କର୍ମୀ ମାନଙ୍କୁ ନେଇ ଏକ ସେକ୍ଟର ବୈଠକ ଅନୁଷ୍ଠିତ ହେଇଥିଲା । ଉକ୍ତ ବୈଠକରେ ହରସିପୁର ଅଙ୍ଗନୱାଡି କେନ୍ଦ୍ରର କର୍ମୀ ରାଜଲକ୍ଷ୍ମୀ ରାଉଳଙ୍କୁ ଏକ ପ୍ରସଙ୍ଗକୁ ନେଇ ମହିଳା ସୁପରଭାଇଜର ସର୍ବ ସମ୍ମୁଖରେ ଅସଭ୍ୟ ଭାଷାରେ ଗାଳି କରିଥିଲେ । ଯାହାକୁନେଇ ରାଜଲକ୍ଷ୍ମୀ ଅଲ ଓଡିଶା ଅଙ୍ଗନୱାଡି ମହିଳା ଆସୋସିଏସନର ନାଉଗାଁ ଶଖାରେ ଅଭିଯୋଗ କରିବା ପରେ ଆଜି ସଂଘର କର୍ମକର୍ତା ମାନଙ୍କ ସହିତ ଅନ୍ୟ ଅଙ୍ଗନୱାଡି କର୍ମୀ ମାନେ ନାଉଗାଁ ମହିଳା ଓ ଶିଶୁବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂପୃକ୍ତ ସୁପରଭାଇଜରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଧାରଣାରେ ବସିଥିଲେ । ତେବେ ଘଟଣା ସ୍ଥଳରେ ନାଉଗାଁ ପୁଲିସ ଓ ନାଉଗାଁ ମହିଳା ଓ ଶିଶୁ ବିକାଶ ଅଧିକାରୀ କର୍ମୀମାନଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା