ରାଜା ସ୍ୱାଇଁଙ୍କୁ ଘେରିଲେ ବିଜେପି କର୍ମୀ

ରାଜା ସ୍ୱାଇଁଙ୍କୁ ଘେରିଲେ ବିଜେପି କର୍ମୀ

ଆଠଗଡ଼: ଗୁରୁବାର ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବିଜେପି କର୍ମୀମାନେ ଘେରିଛନ୍ତି । ତିଗିରିଆ ବ୍ଲକକୁ ପଞ୍ଚାୟତ ସମିତି ବୈଠକ ପାଇଁ ଆଜି ଯାଉଥିଲେ ବିଧାୟକ ଶ୍ରୀ ସ୍ୱାଇଁ । ଏହି ସମୟରେ ଶ୍ରୀ ସ୍ୱାଇର୍ଙ୍କୁ ବିଜେପି କର୍ମୀମାନେ ଘେରିଥିଲେ । ବୈଠକ ଶେଷ ହେବା ପରେ ବିଜେପି କର୍ମୀମାନେ ପୁଣି ବିଧାୟକ ଶ୍ରୀ ସ୍ୱାଇଁଙ୍କୁ ଘେରିଥିଲେ । ଯାହାକୁ ନେଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଅବସରରେ ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀ ବିଧାୟକଙ୍କ ଗାଡ଼ିକୁ ଏସକୋର୍ଟ କରି ବାହାରକୁ ଆଣିଥିଲେ ।