ରାଜ୍ୟ କାର୍ଯ୍ୟାଳୟରେ ଦେବେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ବିଶିଷ୍ଟ ରାଜନେତା, ବିଜେପିର ପୂର୍ବତନ ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ତାଙ୍କ ବିୟୋଗରେ ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି ହୋଇଛି । ରାଜ୍ୟ ବିଜେପିର ପ୍ରତିଷ୍ଠାତା ସଦସ୍ୟଭାବେ ପାର୍ଟିକୁ ତୃଣମୂଳସ୍ତରରେ ମଜ୍ଭୁତ କରିବା ସହ ସଙ୍ଗଠନକୁ ସୁଦୃଢ କରିବାରେ ତାଙ୍କ ଅବଦାନ ଚିରସ୍ମରଣୀୟ ହୋଇରହିବ । ତାଙ୍କ ତ୍ୟାଗ ଓ ଉସôଗୀକୃତ ମନୋଭାବ କାର୍ଯ୍ୟକର୍ତାଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ସ୍ୱର୍ଗତଃ ଡକ୍ଟର ପ୍ରଧାନଙ୍କ ପାର୍ଥôବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ସୁରେଶ ପୁଜାରୀ, ପୁର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଦଳୀୟ ପତାକା ପ୍ରଦାନ କରି ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ୟୁ ଆଣ୍ଡ ମି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
ଉକôଳିକା ସ୍ପୋର୍ଟିଂ ବାସୁଦେବପୁର ଚାମ୍ପିଅନ୍
ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର, ୧୮ା୩ : ସ୍ଥାନୀୟ ପରମିଟ ପଡ଼ିଆରେ ଚାଲିଥିବା ୨୬ ତମ ୟୁ ଆଣ୍ଡ ମି ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଫାଇନାଲରେ ରକି କ୍ଲବ୍ ବାଲେଶ୍ୱରକୁ ୨୧ରନରେ ପରାସ୍ତ କରି ଉକôଳିକା ସ୍ପୋର୍ଟିଂ ବାସୁଦେବପୁର ଭଦ୍ରକ ଚାମ୍ପିଅନ ହୋଇଛି । ରକି କ୍ଲବର ଅଧିନାୟକ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ । ଉକôଳିକା ସ୍ପୋର୍ଟିଂ ବାସୁଦେବପୁର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୭୦ ରନ ସଂଗ୍ରହ କରିଥିଲେ । ୧୭୧ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ରକି କ୍ଲବ୍ ୧୪୯ ରନ୍ କରିଥିଲେ ।
ସେହିପରି ଶନିବାର ଅପରାହ୍ନରେ ଅନୁଷ୍ଠିତ ଜୁନିୟର ଚମ୍ପିଅନସିପର ଫାଇନାଲ ମ୍ୟାଚ୍ରେ ବିସିଏ ବାଲେଶ୍ୱର ଆଦର୍ଶ କ୍ଲବକୁ ୧୦ ୱିକେଟରେ ପରାସ୍ତ କରି ଚାମ୍ପିଅନ ହୋଇଛି । ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ଲିଜେଣ୍ଡ ଫାଇନାଲ ମ୍ୟାଚ୍ରେ ବାଲେଶ୍ୱର ଚାମ୍ପ୍ସ ୟୁ ଆଣ୍ଡ ମି ଲିଜେଣ୍ଡ ଦଳକୁ ପରାସ୍ତ କରି ଚାମ୍ପିଅନ ହୋଇଛି । ଅନୁଷ୍ଠିତ ପୁରସ୍କାର ବିତରଣ ଉସôବରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ୱର କ୍ରିକେଟ ସଂଘର ପୂର୍ବତନ ସମ୍ପାଦକ ସୁଜୟ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଖେଳ ଶିକ୍ଷକ ଚିତ୍ତରଞ୍ଜନ ପାଶା, ୱିୟାର ସୋଲାରର ଆଞ୍ଚଳିକ ମୁଖ୍ୟ ତଥା ପୂର୍ବତନ ରାଜ୍ୟ ଖେଳାଳି ଗିରିଶ ସାହୁ, ଚାନ୍ଦିପୁର ପିଏକ୍ସଇର ବରିଷ୍ଠ ଅଧିକାରୀ ଏମ୍ପି ରାମାରାଓ, ବିଶିଷ୍ଟ ବ୍ୟବସାୟୀ ବିଜୟ ସାହୁ, ୟୁ ଆଣ୍ଡ ମି କ୍ଲବର ଉପଦେଷ୍ଟା ଅଭୁ୍ୟଦୟ ଦାସ, ସହସମ୍ପାଦକ ଆଶିଷ ପଟ୍ଟନାୟକ ଏବଂ ମିତା ମୁର୍ମୁ ପ୍ରମୁଖ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ଏବଂ ଅର୍ଥରାଶି ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚକୁ ଓସିଏ ଆମ୍ପାୟାର ପ୍ରତାପ କୁମାର ପାତ୍ର, ରାଜେଶ ମହାପାତ୍ର ପରିଚାଳନା କରିଥିଲେ । ସ୍କୋରର ଭାବରେ ସୌମେନ୍ଦ୍ର ସାହୁ ଓ ପ୍ରତୁ୍ୟଷ ନାୟକ ଦାୟିତ୍ୱ ତୁଲାଇଥିଲେ । ଧାରା ବିବରଣୀ ମଳୟ କୁମାର ସେନାପତି, ରାହୁଲ ସିଂ ଓ ଏସ୍ବି ସିମରନ ପ୍ରଦାନ କରିଥିଲେ । ୟୁ ଆଣ୍ଡ ମି କ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
ସ୍ୱର୍ଗତଃ ପ୍ରଧାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।