ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟରେ ଯୋଗଦାନ

 ଯାଜପୁର ଟାଉନ: ସୋମବାର ଶିବାନନ୍ଦ ସ୍ୱାଇଁ ଯାଜପୁରର ଅତିରିକ୍ତ ଜିଲାପାଳ(ରାଜସ୍ୱ) ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀସ୍ୱାଇଁ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କୁ ସାକ୍ଷାତ କରି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବରୁ ସେ ଢେଙ୍କାନାଳ ଜିଲାର ହିନେ୍ଦାଳ ଉପ ଜିଲାପାଳ ଭାବେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଏଠାରେ ସୂଚନା ଥାଉ କି ପୂର୍ବତନ ଅତିରିକ୍ତ ଜିଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ ଭଦ୍ରକ ଜିଲାର ଜିଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛନ୍ତି । ଶ୍ରୀ ସାମଲ ଗତ ମାର୍ଚ୍ଚ ୧୦ତାରିଖରେ ଏଠାରୁ ରିଲିଭ ହୋଇଥିଲେ ।