ଡିସ୍ଚାର୍ଜ ହେଲେ ନବୀନ

 ଭୁବନେଶ୍ୱର : ସ୍ୱାସ୍ଥ୍ୟସମସ୍ୟା ନେଇ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଆଜି ଡିସ୍ଚାର୍ଜ ହୋଇଛନ୍ତି । ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କିନ୍ତୁ ଭୁବନେଶ୍ୱର ଫେରିବା ନେଇ ନିର୍ଦ୍ଦିଷ୍ଟ ସୂଚନା ଦେଇନାହାନ୍ତି ।  ଡାକ୍ତରଙ୍କ ପରାମର୍ଶ କ୍ରମେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ କିଛି ଦିନ ମୁମ୍ବାଇରେ ରହିବେ । ସୂଚନାଯୋଗ୍ୟ ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍ରେ ପୀଡ଼ିତ ଥାଇ ଗତମାସ ୨୦ ତାରିଖ ଦିନ ମୁମ୍ବାଇ ଯାଇଥିଲେ । ଗତ ଜୁନ୍ ୨୨ରୁ ତାଙ୍କର ଚିକିସôା ଆରମ୍ଭ ହୋଇଥିଲା । ମୁମ୍ବାଇ ଯିବା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନବୀନ ସୂଚନା ଦେଇ କହିଥିଲେ, ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୋର ଚିକିସôା ହେବ । ମୁମ୍ବାଇ ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ଚିକିସôା କରାଯିବ । ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି । ଓଡିଆ ଭାଇଭଉଣୀଙ୍କର ଶୁଭକାମନା ଚାହୁଁଛି ।