ରାଜ୍ୟ କୁସ୍ତିରେ ଜାଫ୍ରିନଙ୍କୁ ସ୍ୱର୍ଣ୍ଣ
ସମ୍ବଲପୁର : କଚେରୀ ରୋଡ଼ ସ୍ଥିତ ସାଓଲିନ କୁଫୁ ଉଷୁ ଆସୋସିଏସନର କୁସ୍ତି ଖେଳାଳି ଜାଫ୍ରିନ ଚୌଧୁରୀ ରାଜ୍ୟ କୁସ୍ତି ପ୍ରତିଯୋଗିତାର ୨୩ବର୍ଷ ବୟସ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସହର ପେନସନପଡାର ଓକିଲ ଚୌଧରୀ ଓ ମମତା ଚୌଧରୀଙ୍କ ଝିଅ ଜାଫ୍ରିନ ୫୫ କିଲୋଗ୍ରାମ ବିଭାଗ ରାଜ୍ୟ କୁସ୍ତି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ସମ୍ବଲପୁର ପାଇଁ ସୁନାମ ଆଣିଛନ୍ତି । ସେ ଆଗାମୀ ଜାତୀୟ କୁସ୍ତି ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବେ । ତାଙ୍କୁ ଏକ ସଭାରେ ଜିଲ୍ଲା ସମ୍ପାଦକ ସୁବାସ ଚନ୍ଦ୍ର ବେହେରା, ରାଜ୍ୟ ସମ୍ପାଦକ କିଶୋର ବେହେରା, ପ୍ରଶିକ୍ଷିକା ଗାୟତ୍ରୀ ମିଶ୍ର, ଦିବ୍ୟ କରିସ୍ମା ପୃଷ୍ଟି, ଅରୁଣ କୁମାର ଅଜାଡିୱାଲ, ସ୍ୱାଗତ କୁମାର ଘଡାଇ, ସମିର ବିଶ୍ୱାଳ, ସୁବ୍ରତ ପଣ୍ଡା, ରାମଦାସ ପଣ୍ଡା, ସୁଧିର ବହିଦାର, ପୁଷ୍ପାଞ୍ଜଳି ସାହୁ, ସ୍ନିଗ୍ଧା ରାନୀ ଭାଜି, ଡିଙ୍ଗର ମେହେର ପ୍ରମୁଖ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।