ଅନ୍ତରାଷ୍ଟ୍ରୀୟ କରାଟେ : ଭାଗନେବେ ୧୭ ପ୍ରତିଯୋଗୀ
ବଲାଙ୍ଗିର: କୋଲକତାର ନେତାଜୀ ଇନ୍ଡୋର ଷ୍ଟାଡିୟରେ ଆୟୋଜିତ ୯ମ ଅନ୍ତଃ ରାଷ୍ଟ୍ରିୟ କରାଟେ ପ୍ରତିଯୋଗିତା ୨୫ରୁ ୨୭ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେଉଛି । ସର୍ବଭାରତୀୟ ସେଇସିନକାଇ ଶିଟୋର୍ୟୁ କରାଟେ ସଂଘ ତଥା ବିଶ୍ୱ କରାଟେ ସଂଘର କୋଚ, ଜଜ୍ ଏବଂ ରେଫରୀ ହାଂସି ପ୍ରେମଜିତ ସେନ୍ଙ୍କ ନିଦେ୍ର୍ଦଶରେ ଆୟୋଜିତ ଏହି ପ୍ରତିଯୋଗିତାରେ ବଲାଙ୍ଗିର କରାଟେ ସ୍କୁଲର ୧୭ଜଣ ପ୍ରତିଯୋଗି ଭାଗ ନେବେ । ଏଥିରେ ଭାରତ ଦେଶ ସହିତ ଅନ୍ୟ ୭ ଦେଶର ଖେଳାଳି ମଧ୍ୟ ଭାଗ ନେବେ । ଦଳର ନେତୃତ୍ୱ ଓଡିଶାର ମୁଖ୍ୟ ପ୍ରତିକ୍ଷକ ସେନସେଇ ହୃଦୟ ଶବର କରିବେ । ଟିମ୍ ମ୍ୟାନେଜର ରାଜେନ୍ଦ୍ର ବାଗ, ସହକୋଚ ପୁରୁଷୋତ୍ତମ ବାଗ ଓ ରେଖା ମନହିରା ରହିବେ । ଏଥିରେ ୬୦୦୦ରୁ ଊଦ୍ଧ୍ୱର୍ ପ୍ରତିଯୋଗି ଭାଗ ନେଇଥାନ୍ତି । ପ୍ରତିଯୋଗିତାଲାଗି ବଲାଙ୍ଗିର କରାଟେ ସ୍କୁଲର ସଭାପତି ସଚ୍ଚିଦାନନ୍ଦ ବାଗ, ସହ-ସଂପାଦକ ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ, କୋଷାଧ୍ୟକ୍ଷ ପ୍ରଦୀପ୍ତ ପ୍ରଭାକର ମୁଗ୍ରୀ, ରବି ବେହେରା, ମାନଗୋବିନ୍ଦ ମେହେର, ମଧୁସୁଦନ ସାହୁ ପ୍ରମୁଖ ବଲାଙ୍ଗିର ଜିଲ୍ଲାକୁ ଅନ୍ତଃରାଷ୍ଟ୍ରୀୟସ୍ତରରେ କରାଟେ ଖେଳରେ ପରିଚିତ କରାଇବା ଲାଗି ଆଜି କଲୋକତା ଗସ୍ତ କରିବେ ।