ଫ୍ଲାଏ ଓଭରରେ ନାହିଁ ସୁରକ୍ଷା ବ୍ୟବସ୍ଥା, ବଢ଼ୁଛି ଦୁର୍ଘଟଣା

 ସମ୍ୱଲପୁର : ଅଇଁଠାପାଲି ଫ୍ଲାଏ ଓଭରବ୍ରିଜ୍ କାମରେ ନିୟମ ପାଳନ ହେଉନଥିବା ଯୋଗୁଁ ଆଜି ଏକ ଅମୁଲ୍ୟ ଜୀବନ ଚାଲି ଯାଇଛି  । ଟ୍ରକ୍ ଚାପରେ ଅବସର ପ୍ରାପ୍ତ  ଏଡିଏମଓ ଭରତ ଚନ୍ଦ୍ର ଦାସଙ୍କ ମୃତ୍ୟୁ ଘଟିଛି  । ପୁଲିସ ମୃତ ଦେହ ଜବତ୍ କରି ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତ ଖବର ପ୍ରକାଶ ପାଇବ ପରେ ବ୍ୟକ୍ତିବିଶେଷ, ଅନୁଷ୍ଠାନ ଗୁଡ଼ିକ ଶୋକ ବ୍ୟକ୍ତ କରିଛନ୍ତି । ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ରୋହିତ ପୁଝାରୀ ଶୋକ ଜଣାଇଛନ୍ତି । ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିଛି । ଏହି ଘଟଣାକୁ ନେଇ ପୂର୍ବତନ ଜୁନିୟର ଡ଼ାକ୍ତର ସଂଘ ସଭାପତି ତଥା ଭିମାସର୍ ଏସୋସିଏଟ  ପ୍ରଫେସର ଡ଼ାକ୍ତର ସଞ୍ଜୀବ ମିଶ୍ର କହିଛନ୍ତି ଯେ, ଡ଼ାକ୍ତର ଦାସ ବହୁତ୍ ଭଲ ମଣିଷ ଥିଲେ । ଅଇଁଠାପାଲି ଫ୍ଲାଏ ଓଭର କାମରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଛି  । ଏହି କାମରେ ୱାର୍କ୍ ଜୋନ ଡ଼ାଇଭର୍ସନ ପ୍ଲାନ ତଥା ଟ୍ରାଫିକ ଇଞ୍ଜିନିୟରଙ୍କ ସ୍ୱିକୃତୀ ହୋଇଥିବା ନେଇ ସନେ୍ଦହ ଘେରକୁ ଆସିଛି  । ଯଦି ସ୍ୱିକୃତି ମଞ୍ଜୁର ହୋଇଛି ତାହେଲେ ନିର୍ମାଣ ସମୟରେ କାହିଁକି ନିୟମ ପାଳନ କରାଯାଇନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି  । ନିୟମ ଅନୁସାରେ କାମ ପୂର୍ବରୁ ସର୍ଭିସ ରୋଡ ନିର୍ମାଣ ସମ୍ପୂର୍ଣ୍ଣ କରିବା କଥା କିନ୍ତୁ କାର୍ଯ୍ୟ ପୂର୍ବରୁ ସର୍ଭିସ ରୋଡ କାର୍ଯ୍ୟ ହୋଇନାହିଁ ଯହି ହୋଇଥାନ୍ତା ତାହାହେଲେ ଟ୍ରାଫିକ ସମସ୍ୟା ସହିତ ଫ୍ଲାଇଓଭର କାମରେ ବାଧା ସୃଷ୍ଟି ହୋଇ ନଥାନ୍ତା  । ଅଇଁଠାପାଲିରୁ ରେମେଡ୍ ପର୍ଯ୍ୟନ୍ତ ଥିବା ସର୍ଭିସ୍ ରୋଡ ଅଣଓସାରିଆ ରହିଛି । ତେଣୁ ଏହାକୁ ଓସାରିଆ କରିବା ପରେ ଭାରୀଯାନ ଚଳାଚଳ କରିବାକୁ ଦାବି କରିଛନ୍ତି  । ଏହି ଘଟଣାକୁ ନେଇ ଠିକା ସଂସ୍ଥା ବିରୁଦ୍ଧରେ  ଆଗାମୀ ଦିନରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯିବ ବୋଲି ଉତ୍ତ୍ୟକ୍ତ ଲୋକେ ପ୍ରକାଶ କରିଛନ୍ତି  ।