କେନ୍ଦ୍ର ମହିଳା ଓ ଶିଶୁ ବିକାଶମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ
ସମ୍ବଲପୁର: କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ରାଜ୍ୟମନ୍ତ୍ରୀ ଶ୍ରୀମତି ସାବିତ୍ରୀ ଠାକୁରଙ୍କ ଆଜି ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଥିଲେ । ସକାଳେ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ । ପରେ ସେ ଉକôଳ ବାଳଶ୍ରମ, ଧନକଉଡା ର ଶିଶୁ ଙ୍କ ସହିତ ସାକ୍ଷାତ କରିଥିଲେ । ଏହି ଅବସରରେ ଏକ କାର୍ଯ୍ୟକ୍ରମ ର ଆୟୋଜନ କରଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତି ସାବିତ୍ରୀ ଠାକୁର ଉପସ୍ଥିତ ଶିଶୁଙ୍କୁ ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ ବୋଲି କହିଥିଲେ ।ା ମନ୍ତ୍ରୀ ମହୋଦୟା ବୃକ୍ଷ ରୋପଣ କରିବା ସହିତ ୭୦ ଜଣ ଶିଶୁଙ୍କୁ ବସ୍ତ୍ର ଏବଂ ଚକଲେଟ ବଣ୍ଟନ କରିଥିଲେ । ମମତା ଯୋଜନାର ସମୀକ୍ଷା କରି କେନ୍ଦ୍ର ମନ୍ତ୍ରୀ ରାମଦେଗା ଅଙ୍ଗନବାଡି କେନ୍ଦ୍ର,ତବଲା ଗ୍ରାମ ପଞ୍ଚାୟତକୁ ପରିଦର୍ଶନ କରି ଛାତ୍ରଛାତ୍ରୀ ଏବଂ ମମତା ଯୋଜନାର ହିତାଧିକାରୀଙ୍କ ସହିତ ସାକ୍ଷାତ କରିଥିଲେ । ଏହା ସହ ରାମଦେଗା ପ୍ରାଥମିକ ବିଦ୍ୟାଳୟରେ ଯାଇ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସମୀକ୍ଷା କରି ସେ କତରବଗା ଗ୍ରମର ଷ୍ଟ୍ରବେରି ଚାଷ ପ୍ରକଳ୍ପ ଏବଂ ଲାଉମାଲ ଗ୍ରାମର ମା’ ପାଟଣେଶ୍ୱରୀ ବାମ୍ବୁ ପ୍ରୋଡୁ୍ୟସର ଗ୍ରୁପର ଲକ୍ଷପତି ଦିଦିମାନଙ୍କ ସହିତ ମହିଳା ସମୂହ ଉଦ୍ୟମଗୁଡ଼ିକୁ ଦେଖିଲେ ଓ ମହିଳା ମାନଙ୍କ ସହିତ ମିସି ନୂଆ ଉଦ୍ୟମ ଏବଂ ଅର୍ଥନୈତିକ ସମ୍ବଳର ବୃଦ୍ଧି ବିଷୟରେ ଆଲୋଚନା କଲେ । ଶେଷରେ ମନ୍ତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହିତ ବୈଠକ କରି ସମ୍ବଲପୁର ଜିଲ୍ଲାର ମହିଳା ଓ ଶିଶୁ ଉନ୍ନୟନ ପାଇଁ ସରକାରଙ୍କ ଦ୍ୱାରା ପ୍ରଚଳିତ ଯୋଜନାଗୁଡ଼ିକୁର ସମୀକ୍ଷା କରିଥିଲେ ଏବଂ ସଠିକ ଭାବେ ପରିଚାଳନା କାରିବାକୁ କହିଥିଲେ । ସମନ୍ୱିତ ଶିଶୁ ଓ ମହିଳା ବିକାଶ ଯୋଜନା, ଶିଶୁ ସୁରକ୍ଷାର, ସ୍ୱାସ୍ଥ୍ୟ ବିଭାଗ ତଥା ମିଶନ ଶକ୍ତି ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଅବଗତ ହୋଇ ଶ୍ରୀମତି ଠାକୁର ମହିଳା ଓ ଶିଶୁଙ୍କର ଉନ୍ନତି ହେଲେ ନିଜ ପରିବାର ତଥା ଦେଶର ଉନ୍ନତି ହେବ । ମହିଳା ମାନେ ନିଜର ସୁରକ୍ଷା ପାଇଁ ସି-ବକ୍ସ ପୋର୍ଟାଲ ରେ ନିଜର ଅଭିଯୋଗ ପ୍ରଦାନ କରିପାରିବେ ବୋଲି କହିଥିଲେ । ଏଠାରେ ଜିଲ୍ଲାପାଳ ସିଦ୍ଧ?ଶ୍ୱର ବଳିରାମ ବୋନ୍ଦର ଙ୍କ ଉପସ୍ଥିତି ରେ ଶ୍ରୀମତି ସାବିତ୍ରୀ ଠାକୁର ନବଜାତ ଶିଶୁ (୫ ମାସ) ଏବଂ ୧୨ ବର୍ଷର ଶିଶୁକୁ ପୌଷ୍ୟ ପିତାମାତାଙ୍କୁ ହସ୍ତାନ୍ତର କରଯାଇଥିଲା ।