ରାଜ୍ୟରେ ବିକଶିତ ସହର ସଂଖ୍ୟା ବୃଦ୍ଧି କରାଯିବା ନେଇ ଗୁରୁତ୍ୱାରୋପ
ଭୁବନେଶ୍ୱର: ଖାରବେଳ ଭବନ ଠାରେ ଅନୁଷ୍ଠିତ ଗୃହ ଓ ନଗର ଉନ୍ନୟନ ବିଭାଗର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଉନ୍ନୟନ କର୍ତ୍ତୃପକ୍ଷ ଗୁଡିକର କାର୍ୟ୍ୟ ସମ୍ପର୍କରେ ସମୀକ୍ଷା କରିବା ସହ ରାଜ୍ୟରେ ବିକଶିତ ସହର ସଂଖ୍ୟା ବୃଦ୍ଧି କରାଯିବା ନେଇ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ବୈଠକରେ ନୂଆ ଟାଉନ ପ୍ଲାନିଂ ସ୍କିମରେ ବୃହତ୍ ସମ୍ବଲପୁର ଓ ବୃହତ୍ ରାଉରକେଲା ପାଇଁ ଆଲୋଚନା ହେବା ସହ ସରଳ ପ୍ରକ୍ରିୟାରେ ଲୋକମାନେ ନିର୍ଦ୍ଧାରିତ ସମୟରେ ଯେପରି ଘର କରିପାରିବେ ଏବଂ ଘର ରେଜିଷ୍ଟ୍ରେସନ ସମୟରେ ଉପୁଜୁଥିବା ପ୍ରତିବନ୍ଧକକୁ କିପରି ଦୂର ହୋଇପାରିବ, ସେ ସଂକ୍ରାନ୍ତରେ ଆଲୋଚନା ହେଲା ।
ରାଜ୍ୟରେ ନୂଆ ସହର ନିର୍ମାଣ ହେବା ସହ ପୁରୁଣା ସହର ଗୁଡିକର ଖୁବ୍ ଶୀଘ୍ର ନବକଳେବର କାର୍ୟ୍ୟ ଆରମ୍ଭ କରାଯିବ ଏବଂ ଟାଉନ୍ ସିପକୁ ୧୭ ପ୍ରତିଶତରୁ ୩୦ ପ୍ରତିଶତ ପର୍ୟ୍ୟନ୍ତ ସମ୍ପ୍ରସାରଣ କରାଯିବ । ୨୦୩୬ ରେ ସମୃଦ୍ଧ ଓଡିଶା ଏବଂ ୨୦୪୭ ରେ ବିକଶିତ ଓଡିଶା ପାଇଁ ଯେତେବେଳେ ଚିନ୍ତା କରୁଛୁ, ସେତେବେଳେ ସହର ଗୁଡିକର ବିକାଶ ନିହାତି ଅପରିହାର୍ୟ୍ୟ । ବିକଶିତ ସହରରୁ ବିକଶିତ ଓଡିଶା ଗଠନ ଆମର ଲକ୍ଷ୍ୟ । ଏହି ଅବସରରେ ବିଡିଏ ଦ୍ୱାରା ଆରମ୍ଭ କରାଯାଇଥିବା ଟିପି ସ୍କିମ୍ ଅନ୍ୟ ସହରରେ କିପରି କାର୍ୟ୍ୟକାରୀ ହୋଇପାରିବ, ସେଥିପ୍ରତି ଧ୍ୟାନ ଦେବାକୁ କହିବା ସହ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପିପିପି ମୋଡରେ ସେମାନଙ୍କ ଅଧିନରେ ଥିବା ସରକାରୀ ଜମିଗୁଡିକର ସଦୁପଯୋଗ କରି ଆୟ ବୃଦ୍ଧି କରିବା ନିମନ୍ତେ ପରାମର୍ଶ ଦେଲି । ବ୍ରହ୍ମପୁରର ବିକାଶ ପାଇଁ ସ୍ବେରେଜ ଓ ଡ୍ରେନେଜ ବିଷୟରେ ଚର୍ଚ୍ଚା ହେବା ସହ ଟ୍ରାଇ ସିଟି ଡେଭଲପେମଣ୍ଟ ଅଧିକାରୀ ମାନଙ୍କ ସହ ବିଶେଷ ଆଲୋଚନା ହୋଇଥିଲା।