ବିକଶିତ ଭାରତ ଓ ବିକଶିତ ଓଡିଶା ଆମର ସ୍ୱପ୍ନ ଓ ସଂକଳ୍ପ ହେଉ: ମନ୍ତ୍ରୀ

 କେନ୍ଦୁଝର: ୭୬ତମ ସାଧାରଣତନ୍ତ୍ର ଦିବସ ଚଳିତ ଜାନୁଆରୀ ୨୬ ତାରିଖରେ କେନ୍ଦୁଝର ଜିଲା ସଦର ମହକୁମାରେ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦୁଝର ଷ୍ଟାଡିୟମ୍ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ  ଗଣେଶରାମ ସିଂ ଖୁଂଟିଆ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ  । ବିକଶିତ ଭାରତ ଓ ବିକଶିତ ଓଡିଶା ଆମର ସ୍ୱପ୍ନ ଓ ସଂକଳ୍ପ ହେଉ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଂଟିଆ ଆହ୍ୱାନ ଜଣାଇଥିଲେ । ସମସ୍ତେ ଜଣେ ଜଣେ ଭଲ ନାଗରିକ ହେବା ସହ ଦେଶ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିବାକୁ ଆହ୍ୱାନ ଜଣାଇଥିଲେ । ଦେଶର ସ୍ୱାଧୀନତା ପାଇଁ ଅସୀମ ତ୍ୟାଗ କରିଥିବା ଏବଂ ବଳିଦାନ ଦେଇଥିବା ସଂଗ୍ରାମୀ ଓ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ଓ ଦେଶ ଗଠନରେ ବ୍ରତୀ ହେବାକୁ ସେ କହିଥିଲେ । କେନ୍ଦୁଝର ଜିଲାକୁ ବୀର ମାଟି ଭାବେ ଅଭିହିତ କରି ସ୍ୱାଧୀନତା ସଂଗ୍ରାମ କାଳରେ ସଂଗ୍ରାମୀମାନଙ୍କର ଉଚ୍ଚÿ ଆଦର୍ଶ ଆମ ପାଇଁ ପ୍ରେରଣା ସାଜିଛି ବୋଲି କହିଥିଲେ । ରାଜନୈତିକ ସ୍ୱାଧୀନତା, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ, ଧର୍ମ ନିରପେକ୍ଷତା, ବର୍ଣ୍ଣବୈଷମ୍ୟ ତଥା ତାରତମ୍ୟମୁକ୍ତ ସମାଜ ପ୍ରତିଷ୍ଠା ଓ ମାନବାଧିକାର ପ୍ରତି ସମ୍ମାନ ପ୍ରଦର୍ଶନ ଭାରତୀୟ ସମ୍ବିଧାନର ବିଶେଷତ୍ୱ  । ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ବିଶ୍ୱାସ ରଖି ନିଜଠାରେ ଆତ୍ମବିଶ୍ୱାସ ଆଣିବା ସାଧାରଣତନ୍ତ୍ର ଦିବସର ଅନୁଚିନ୍ତା ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଂଟିଆ କହିଥିଲେ ।   ଏହି ଅବସରରେ ଆୟୋଜିତ ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡ୍ ରେ ୫୩ଟି ଦଳ ଅଂଶଗ୍ରହଣ କରି ଚିତାକର୍ଷକ ମାର୍ଚ୍ଚପାଷ୍ଟ୍ କରିଥିଲେ ଏବଂ ମୁଖ୍ୟ ଅତିଥି ମନ୍ତ୍ରୀ ଗଣେଶରାମ ସିଂଖୁଂଟିଆ ଅଭିବାଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭ଟି ବିଭାଗ ତରଫରୁ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା ଏବଂ ୪ଟି ଶିକ୍ଷାନୁଷ୍ଠାନ ତରଫରୁ ଦୋଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କେନ୍ଦୁଝର ଜିଲ୍ଲା ଆମେଚର୍ ତାଇକୋଣ୍ଡ ଆସୋସିଏସନ୍ ତରଫରୁ ତାଇକୋଣ୍ଡ ପ୍ରଦର୍ଶନ କରାଯାଇଥିଲା  । ଚିତାକର୍ଷକ ପ୍ୟାରେଡ୍ ପାଇଁ ଶ୍ରେଷ୍ଠ ଦଳ ଭାବେ ଏନ୍.ସି.ସି. / ସ୍କାଉଟ୍/ ଗାଇଡ୍/ ରେଡ୍କ୍ରସ୍ ବାଳିକା ବର୍ଗରେ ସିନିୟର ଡିଭିଜନ୍ ଏନ୍.ସି.ସି. ଡି.ଡି. କଲେଜ୍ କେନ୍ଦୁଝର, ଶ୍ରେଷ୍ଠ ବାଳକ ଦଳ ଭାବେ ଏନ୍.ସି.ସି. ଡି.ଏନ୍. ହାଇସ୍କୁଲ କେନ୍ଦୁଝର, ସିଭିଲିଆନ୍ ସିନିୟର୍ ବର୍ଗରେ ଶ୍ରେଷ୍ଠ ବାଳିକା ଦଳ ଭାବେ ସିଭିଲିଆନ କମାରଗୋଡା ବାଳିକା ଉଚ୍ଚବିଦ୍ୟାଳୟ କେନ୍ଦୁଝର, ଶ୍ରେଷ୍ଠ ବାଳକ ଦଳ ଭାବେ ଏନ୍.ଏସ୍. ପୋଲିସ୍ ହାଇସ୍କୁଲ କେନ୍ଦୁଝର ଏବଂ ସିଭିଲିଆନ୍ ଜୁନିୟର ବର୍ଗର ଶ୍ରେଷ୍ଠ ବାଳିକା ଦଳଭାବେ ସିଭିଲିଆନ ରବିନ୍ଦ୍ର ବିଦ୍ୟାନିକେତନ କେନ୍ଦୁଝର, ଶ୍ରେଷ୍ଠ ବାଳକ ଦଳଭାବେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବଣିଆପାଟ୍କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ  । ପ୍ରଜ୍ଞାପନ ମେଢ ପ୍ରଦର୍ଶନ କ୍ଷେତ୍ରରେ ପ୍ରଥମ ସ୍ଥାନ ହାସଲ କରିଥିବା ବନ ବିଭାଗ କେନ୍ଦୁଝର, ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଉଦ୍ୟାନ କୃଷି ବିଭାଗ କେନ୍ଦୁଝର ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ କେନ୍ଦୁଝରକୁ ପୁରସ୍କୃତ କରାଯାଇଥିଲା  । ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମରେ କିଡ୍ସ ପବ୍ଲିକ୍ ସ୍କୁଲ୍ କେନ୍ଦୁଝର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବଣିଆପାଟ୍, ଡି.ଏ.ଭି. ପବ୍ଲିକ୍ ସ୍କୁଲ କେନ୍ଦୁଝର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝର ଦଳକୁ ପୁରସ୍କୃତ କରାଯାଇଥିଲା । ଜିଲାପାଳ ବିଶାଲ ସିଂହ ଏବଂ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ତତ୍ୱାବଧାନ  କରିଥିଲେ  । ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ସମାରୋହର ପରିଚାଳନା କରିଥିଲା ବେଳେ କାର୍ଯ୍ୟାଳୟର ପିତବାସ ମହାନ୍ତ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ଆର୍.ଆଇ.ଅଫ୍ ପୁଲିସ୍ ମାନସ କୁମାର ବେହେରା ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡର ନେତୃତ୍ୱ ନେଇଥିଲେ  । ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝରଗଡ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ, ବନଖଂଡ ଅଧିକାରୀ ଧନରାଜ ଏଚ୍.ଡି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, କେନ୍ଦୁଝର ଉପ-ଜିଲ୍ଲାପାଳ ଉମାଶଙ୍କର ଦଳାଇ, ଡେପୁଟି କଲେକ୍ଟର  ସଂଗ୍ରାମ କେଶରୀ ପରିଡା, ଫିରୋଜ ଖାଁ, କେନ୍ଦୁଝର ପୌରପାଳିକା ନିର୍ବାହୀ ଅଧିକାରୀ ଲଳିତ କୁମାର ନାୟକ, କ୍ରୀଡା ପ୍ରଶିକ୍ଷକ ଜିତେନ୍ଦ୍ର ମହାକୁଡଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନଧି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ଥିଲେ । ମଧ୍ୟାହ୍ନରେ କେନ୍ଦୁଝର ଷ୍ଟାଡିୟମ୍ ଠାରେ ଜିଲ୍ଲାପାଳ ଏକାଦଶ ଓ କେନ୍ଦୁଝର ନାଗରିକ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏବଂ ଉକ୍ତ ମ୍ୟାଚ୍ରେ ଜିଲ୍ଲାପାଳଙ୍କ ଏକାଦଶ ବିଜୟୀ ହୋଇଥିଲା  । ଅପରାହ୍ନରେ କେନ୍ଦୁଝର ଅଡିଟୋରିୟମ୍ଠାରେ ମିଳନୀ ସାହିତ୍ୟ ସଂସଦ ସହଯୋଗରେ କବିତା ପାଠୋସôବ ଅନୁଷ୍ଠିତ ହୋଇଥିଲା  । ସନ୍ଧ୍ୟାରେ କେନ୍ଦୁଝର ଅଡିଟୋରିୟମ୍ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା  । 
ସୂଚନାଯୋଗ୍ୟ ଯେ ପ୍ରତୁ୍ୟଷରେ ସହରରେ ରାମଧୂନ ପ୍ରଚାର କରାଯିବା ସହିତ ସକାଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତଫେରୀ କରାଯାଇଥିଲା । ସକାଳେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସହରରେ ଅବସ୍ଥାପିତ ମହାପୁରୁଷମାନଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା  । ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ଅଗ୍ରଣୀ କୃଷକ ଭାବେ କେନ୍ଦୁଝର ଉପଖଣ୍ଡର ମିନା ମହାନ୍ତ, ଆନନ୍ଦପୁର ଉପଖଣ୍ଡର ଜ୍ୟୋର୍ତିମୟୀ ଖଟୁଆ, ଚମ୍ପୁଆ ଉପଖଣ୍ଡର ମୀନାକ୍ଷୀ ନାୟକ, ଶ୍ରେଷ୍ଠ କ୍ରୀଡାବିତ୍ ଭାବେ ସୁଶ୍ରୀ ଭାନୁମତି ବେହେରା, ଶ୍ରେଷ୍ଠ ମହିଳା ଫୁଟବଲ ଖେଳାଳୀ ଭାବେ ସୁଶ୍ରୀ ରୁବିନା ନାଏକ, ଆଦର୍ଶ ଆଶାକର୍ମୀ ଭାବେ ଘଟଗାଁ ବ୍ଲକ ବଡପିଛୁଳା ସ୍ୱସ୍ଥ୍ୟ ଉପକେନ୍ଦ୍ର ଅର୍ନ୍ତଗତ ବଳଭଦ୍ରପୁର ଗ୍ରାମର ବସୁମତି ମଢେଇ, ଅଗ୍ରଣୀ ମାଣ୍ଡିଆ ଚାଷୀ ଭାବେ ରଞ୍ଜିତା ମହାନ୍ତ, ଶ୍ରେଷ୍ଠ ବ୍ଲକ ଭାବେ ଘଟଗାଁ ବ୍ଳକ୍, ଶ୍ରେଷ୍ଠ ତହସିଲ ଭାବେ କେନ୍ଦୁଝର ସଦର ତହସିଲ, ଶ୍ରେଷ୍ଠ ଥାନା ଭାବେ ଟାଉନ ଥାନା କେନ୍ଦୁଝର, ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ - ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଓ ଅଗ୍ନିଶମ ସେବା ପଦକ ପ୍ରାପ୍ତ ହରିଚନ୍ଦନପୁର ଅଗ୍ନିଶମ ବିଭାଗର ଅଗ୍ରଣୀ ଆଗ୍ନିକ ପ୍ରକାଶ କୁମାର ବଳ, ଅର୍ନ୍ତଜାତୀୟସ୍ତରରେ ତାଇକୋଣ୍ଡ-୨୦୨୪ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା କ୍ରୀଡାବିତ୍ କନିଷ୍ଠ ବାଳିକା ବର୍ଗରେ ରିଦ୍ଧିମା ଲାୟକ, ବରିଷ୍ଠ ବାଳିକା ବର୍ଗରେ ସ୍ଥିତି ପ୍ରଜ୍ଞା ଗିରି, ବରିଷ୍ଠ ବାଳକ ବର୍ଗରେ ଜିତେନ୍ଦ୍ର ଓରାମ, ଉପକନିଷ୍ଠ ବାଳକ ବର୍ଗରେ ସମର୍ପିତ ସ୍ୱାଇଁ ଏବଂ ବିଶିଷ୍ଟ ସଂଗ୍ରାହକ ରାଜକିଶୋର ମହାନ୍ତ ଏବଂ ପ୍ୟାରେଡ୍ରେ ଅଂଶଗ୍ରହଣ କରିଥିବା ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସନ୍ଧ୍ୟାରେ କେନ୍ଦୁଝର ଅଡିଟୋରିୟମ୍ଠାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ୭୬ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକ ପରିସରରେ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ତହସିଲ ପରିସରରେ ତହସିଲଦାର ସରୋଜକାନ୍ତ ନାୟକ, ମେଡିକାଲ ପରିସରରେ ଅଧିକ୍ଷକ ଡାକ୍ତର କମଳାକାନ୍ତ ସ୍ୱାଇଁ, ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ବିଇଓ ଅଧିର କୁମାର ତରାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବିଜେପି କାର୍ଯ୍ୟାଳୟରେ ଯୁବନେତା ସୁରେଶ ସାମଲ, କଂଗ୍ରେସ କାର୍ଯ୍ୟାଳୟରେ ସଭାପତି ରଜନୀକାନ୍ତ ଚନ୍ଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମାଳଦା ପଞ୍ଚାୟତରେ ସରପଞ୍ଚମିନତୀ ପରିଡା, ରହଣିଆ ପଞ୍ଚାୟତରେ ସରପଞ୍ଚ ରଞ୍ଜନ କୁମାର ପରିଡା, ଦକ୍ଷିଣବାଡ ପଞ୍ଚାୟତରେ ସରପଞ୍ଚ ବର୍ଷାରାଣୀ ଜେନା, ବୟାବନାପୁର ପଞ୍ଚାୟତରେ ସରପଞ୍ଚ ମିନତୀ ସାହୁ, ନପଙ୍ଗ ପଞ୍ଚାୟତରେ ସରପଞ୍ଚସୁବାସିନୀ ନାୟକ, ବାଲିପୋଖରୀ ପଞ୍ଚାୟତରେ ସରପଞ୍ଚ ଅକ୍ଷୟ କୁମାର ତ୍ରିପାଠୀ, ପାଟୁଳି ପଞ୍ଚାୟତରେ ସରପଞ୍ଚ ଅନିତାରାଣୀ ରାଉତ, ନଗୁଆଁ ପଞ୍ଚାୟତରେ ସରପଞ୍ଚ କାଞ୍ଚନବାଳା ପାତ୍ର, ବିଷ୍ଣୁପୁର ପଞ୍ଚାୟତରେ ସରପଞ୍ଚ ଅମୂଲ୍ୟ କୁମାର ନାୟକ, ଜଳମଣ୍ଡୁଆ ପଞ୍ଚାୟତରେ ସରପଞ୍ଚ ବାସନ୍ତିଲତା ଦାସ, ଷୋଳମପୁର ପଞ୍ଚାୟତରେ ସରପଞ୍ଚ ପରମାନନ୍ଦ ନାୟକ, ନାଆମୀ ପଞ୍ଚାୟତରେ ସରପଞ୍ଚ ସଶ୍ମିତା ସେଠୀ, ରାଜେନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ବନ୍ଦାଳୋ-ମଢିଆଳି ପଞ୍ଚାୟତରେ ସରପଞ୍ଚ ବିଶ୍ୱନାଥ ସାହୁ ଜାତୀୟପତାକା   ଉତ୍ତୋଳନ କରିଥିଲେ । ସେହିପରି ନଗୁଆଁ ପ୍ରାଥମିକ କୃଷି ସମବାୟ ସମିତିରେ ସଭାପତି ରମେଶ ଚନ୍ଦ୍ର ଭାରତୀ, ମାଳଦାରେ ସଭାପତି ମୁକୁନ୍ଦ ଚରଣ ମଲ୍ଲିକ, ରହଣିଆରେ ସଭାପତି ସାଗର କୁମାର ଲେଙ୍କା, ଜଳମଣ୍ଡୁଆରେ ସଭାପତି ରନôାକର ପାତ୍ର, ନାରାୟଣପୁରରେ ସଭାପତି ଜୟନ୍ତ କୁମାର ସାହୁ, ନେରଡାରେ ସଭାପତି ସତ୍ୟନାରାୟଣ ମିଶ୍ର, ତେସିଙ୍ଗାରେ ସଭାପତି ନାରାୟଣ ଚନ୍ଦ୍ର ଦାଶ, ନାଆମୀରେ ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ବାଲିପୋଖରୀରେ ସଭାପତି ଅଧର କୁମାର ରାଉତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ୧୬ନଂ ଜାତୀୟ ରାଜପଥ ଭାଗଡା-ନାରାୟଣପୁର ଟୋଲପ୍ଲାଜାରେ ପରିଚାଳକ ବିମମ ଶର୍ମାଙ୍କ ଉପସ୍ଥିତିରେ କର୍ମଚାରୀ ସଂଘ ସଭାପତି ଜୟନ୍ତ କୁମାର ସାହୁ, ଭଣ୍ଡାରିପୋଖରୀ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକ ରତିକାନ୍ତ ବେହେରା, ମହୁରା ହାଇସ୍କୁଲରେ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା, ମଣିନାଥପୁର ଏନ.କେ.ପି. ଉଚ୍ଚବିଦ୍ୟାପୀଠରେ ପ୍ରଧାନଶିକ୍ଷକ ସମୀର କୁମାର ଚୌଧୁରୀ, ଭଣ୍ଡାରିପୋଖରୀ କଲେଜରେ ଅଧ୍ୟକ୍ଷ ଭରତ କରଣଙ୍କ ଉପସ୍ଥିତିରେ ନାରାୟଣ ଚନ୍ଦ୍ର ମହାପାତ୍ର, ବାରିକପୁର ଡଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେଉରିଆ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅପରପକ୍ଷରେ ଶାରଦା ବିଦ୍ୟାମନ୍ଦିରରେ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର, ଷୋଳମପୁର ଶିଶୁ ମନ୍ଦିରରେ ସମ୍ପାଦକ ବିଶ୍ୱମ୍ଭର ରାଉତ, ପର୍ବତୀ ଉପ୍ରା ଓ କନକମଞ୍ଜରୀ ମଇ ବିଦ୍ୟାଳୟରେ ପ୍ରାକ୍ତନ ସମିତି ସଭ୍ୟ ରାମଚନ୍ଦ୍ର ପରିଡା, ଭଣ୍ଡାରିପୋଖରୀ କଲଚରାଲ ଏକାଡେମୀରେ ସଭାପତି ଅନନ୍ତ ତ୍ରିପାଠୀ, ମଞ୍ଜୁରୀରୋଡ ଡାକ୍ତର ଶରତଚନ୍ଦ୍ର ଘୋଷ କଲଚୁରାଲ ଏକାଡେମୀରେ ଉପସଭାପତି ପଦ୍ମଲୋଚନ ଦାସ, ମଞ୍ଜୁରୀରୋଡ ଜିପିୟୁ ବିଦ୍ୟପୀଠରେ ପୁରାତନ ଛାତ୍ର ସଂସଦ ଉପସଭାପତି ବଶ୍ୱନାଥ ବାରିକ, ରହଣିଆ ସରସ୍ୱତୀ ଶିଶୁମନ୍ଦିରରେ ପ୍ରଭାତ କୁମାର ରାଉତ ଜାତୀୟପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । 
ଚମ୍ପୁଆ/ଯୋଡା, ୨୭ା୧: ଚମ୍ପୁଆ ସଦରମହକୁମାର ନେହେରୁ ଷ୍ଟାଡିୟମ ଠାରେ ୭୬ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ପରୀପ୍ରେକ୍ଷିରେ ପ୍ରତୁ୍ୟଷରୁ ରାମଧୂମ ପରେ ସକାଳ ୭.୩୦ ମିନିଟ୍ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତୋଳନ କରିବା ପରେ ସକାଳ ୮.୧୫ ମିନିଟରେ ସଦରମହକୁମାରେ ମହାତ୍ମାଗାନ୍ଧୀ ଛକ ଠାରେ ଜାତୀୟ ପତାକା ଉତୋଳନ କରାଯାଇଥିଲା । ପରେ ସକାଳ ୯ ଘଟିକାରେ ସ୍ଥାନୀୟ ନେହେରୁ ଷ୍ଟାଡିୟମଠାରେ ମୁଖ୍ୟ ଅତିଥି ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡା ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ପ୍ରଶାସନ ପକ୍ଷରୁ ଜାତୀୟ ପତାକା ଉତୋଳନ ପରେ ଶାନ୍ତିର କୋପତ ଛଡାଯାଇଥିଲା । ମୁଖ୍ୟ ଅତିଥି ସମ୍ମଳିତ ପ୍ୟାରେଡ ପରିଦର୍ଶନ କରିବା ପରେ ଦେଶ ତଥା ଜାତି ଉଦେ୍ଦଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ । ଜାତୀୟ ପତାକା ଉତୋଳନ ବେଳେ ସ୍ୱାଧିନତା, ନ୍ୟାୟ, ସମାନତା ଓ ଭାତୃତ୍ୱ ଭାବରେ ଚେତନାକୁ ଜାଗ୍ରତ କରିଥାଏ ବୋଲି ମତ ରଖିଥିଲେ ।  ଅଭିଭାଷଣ ପରେ ପୂର୍ବରୁ ସାଦାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ବିଦ୍ୟାଳୟ ସମୂହ ଦ୍ୱାରା ଆୟୋଜିତ ଦେଶାତ୍ମକ ବୋଧ ଏବଂ ସାମାଜିତ ଦାୟିତ୍ୱ ବହନ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହା ସହିତ ଉପଖଣ୍ଡ ଚିକିସôାଳୟ ଓ ଉପକାରାଗାରରେ ଅନ୍ତେବାସିଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମିଷ୍ଟାନ ଓ ଫଳ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏସଡିପିଓ ବିଜୟ କୁମାର ମଲ୍ଲିକ, ଆଇଆଇସି ଦେବକୀ ନାୟକ, ବିଡିଓ ରାଜା ରଂଜିତପ୍ରତାପ ବଳ, ତହସିଲଦାର ସଜତ ମାର୍କେ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ । ଅପରାହ୍ନରେ ନାଗରୀକ ଏକାଦଶ ଓ ଉପଜିଲାପାଳ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ନାଗରିକ ଏକାଦଶ ଉପଜିଲାପାଳ ଏକାଦଶକୁ ହରାଇ ଚମ୍ପିୟାନ ହୋଇଥିଲା ।
 ଅପରପକ୍ଷରେ ଜେ. ଏସ୍. ଡବ୍ଲ୍୍ୟÿୁ. ଷ୍ଟିଲ୍ ଓଡ଼ିଶା ଖଣି ବିଭାଗ ଏହାର ଖଣି ସ୍ଥଳ ଏବଂ କର୍ପୋରେଟ୍ କାର୍ଯ୍ୟାଳୟରେ ୭୬ତମ ଗଣତନ୍ତ୍ର ଦିବସ ପାଳନ କରିଛି । ଏହି କାର୍ଯ୍ୟକ୍ରମ ଭାରତୀୟ ସମ୍ବିଧାନ ଗ୍ରହଣ ଏବଂ ଏକ ସାର୍ବଭୌମ ଗଣରାଜ୍ୟ ଭାବରେ ରାଷ୍ଟ୍ର ପ୍ରତିଷ୍ଠାକୁ ଚିହ୍ନିତ କରିଥିଲା । ନୂଆଗାଁ, ନାରାୟଣପୋଷି, ଗଣୁଆ ଏବଂ ଜଜାଙ୍ଗ ଭଳି ଖଣି ସ୍ଥାନରେ ପତାକା ଉତ୍ତୋଳନ ଉସôବ ସହିତ ଉସôବ ଆରମ୍ଭ ହୋଇଥିଲା । ଏହି ଉସôବଗୁଡ଼ିକ ଦେଶପ୍ରେମର ଏକ ଦୃଢ଼ ଭାବନାକୁ ପ୍ରତିଫଳିତ କରି ଦିନଟିର ସ୍ୱର ସ୍ଥିର କରିଥିଲା । ପୁନିତ ଜଗତରାମକା, କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ - ବାଣିଜିକ ଏବଂ ପର୍ଚେଜ୍, ସିପିସି (ଓପିଇଏକ୍ସ ଏବଂ ବ୍ୟବସାୟ ଆନାଲିଟିକ୍ସ) ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଥିଲେ । ଜଗତରାମକା, ଜେଏସଡବ୍ଲୁ ଷ୍ଟିଲ୍ ଓଡ଼ିଶା ଖଣି ବିଭାଗ ଦଳ ସହିତ ଦେଶପ୍ରେମପୂର୍ଣ୍ଣ କାର୍ଯ୍ୟକଳାପ ଉପଭୋଗ କରିଥିଲେ । ଯେଉଁଥିରେ ଓଡ଼ିଶା ବ୍ୟବସାୟ ମୁଖ୍ୟ ପ୍ରସନ୍ନ ପଣ୍ଡା, ଅପରେସନ୍ ମୁଖ୍ୟ ରାମ ଶଙ୍କର ଶର୍ମା, ମାନବ ସମ୍ବଳ ମୁଖ୍ୟ ଚିତ୍ତରଞ୍ଜନ ବାହିନୀପତି ଏବଂ ଅନ୍ୟମାନେ ସାମିଲ ଥିଲେ । ୭୬ତମ ଗଣତନ୍ତ୍ର ଦିବସ ଅବସରରେ, ପୁନିତ ଜଗତରାମକା ସମସ୍ତଙ୍କୁ  ଶୁଭେଚ୍ଛା ଜଣାଇଥିଲେ । ସେ ଆଇନ ପାଳନ ଏବଂ ଆମ କାର୍ଯ୍ୟରେ ନୈତିକ ମାନଦଣ୍ଡ ବଜାୟ ରଖିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।
ବରୀ: ବରୀରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପ୍ରଗତିକ୍ଳବ ପରିସରରେ ବରିଷ୍ଠ ସଭ୍ୟ ମହେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ଭାଷଣ ଦେଇଥିଲେ । ଏଥିରେ କ୍ଲବର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସେହିପରି ଅଜାଣବନ ଶୋଭନାୟ ଶିକ୍ଷକ୍ଷଶ୍ରମ ପରିସରରେ ସାଧରଣତନ୍ତ୍ରଦିବସ ପାଳିତ ହୋଇଯାଇଛି । ପ୍ରାକ୍ତନ ଅଧ୍ୟକ୍ଷ ଦେବ ପ୍ରସାଦ ସାମଲ ଅତିଥି ଭାବେଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାଶ୍ରମର ମୁଖ୍ୟ ସେବଳ ଡଃ ନୃସିଂହ ଚରଣ ବେହେରା, ଶିକ୍ଷାଶ୍ରମର ପ୍ରାକ୍ତନ ପ୍ରଧାନ ଶିକ୍ଷକ କରୁଣାକର ପ୍ରଧାନ ଶିକ୍ଷାଶ୍ରମର ପ୍ରଧାନଶିକ୍ଷକ ସୌଭାଗ୍ୟ କୁମର ଜେନା ପ୍ରମୁଖ ଅତିଥୀ ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନେ ଭବିଷ୍ୟତରେ  ଜଣେ ଜଣେ ଭଲ ସୁନାଗରିକ ହେବାକୁ ପରମର୍ଶ  ଦେକ୍ଷଇଥିଲେ । ଶିକ୍ଷାଶ୍ରମର ସ୍କାଇଟ ଓ ଗାଇଡ୍ ଛାତ୍ରଛାତ୍ରୀ ମାନେ ଅଜଣା ଛକରେ ଥିବା ସହିଦ ମାୟାଧର ଭୂୟାଁଙ୍କ ସମାଧିପୀଠକୁ ଯାଇ ପୁଷ୍ପମାଲ୍ୟ ଅର୍ପଣକରିଥିଲେ । ସେହିପରି ବରୀ ସ୍ଥିତ କସ୍ତୁରବା ମାତୃମଙ୍ଗଳ କେନ୍ଦ୍ର(ସେବା ଘର) ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବାଲ୍ ବାଡ଼ିର ସମସ୍ତ ଛାତ୍ର ଛାତ୍ରୀଙ୍କ ସହିତ ସଞ୍ଚାଳିକା ଭାରତୀ ଘୋଷ ଓ ପୁଷ୍ପଲତା ସ୍ୱାଇଁ ଏବଂ ବରିଷ୍ଠ ସାମ୍ବାଦିକ ହୃଷୀକେଶ ଜେନା ପତାକା ଉତ୍ତୋଳନ କରିଥିଲେ । ଯୁବ ସମାଜସେବୀ ଡ଼ଃ ବିଶ୍ୱନାଥ ତ୍ରିପାଠୀ ଯୋଗଦେଇ ସ୍ୱାଧିନତାର ନୈତିକ ମୂଲ୍ୟବୋଧ ଏବଂ ସ୍ୱାଧିନତା ସଂଗ୍ରାମରେ ବରୀ ସହିଦ୍ ମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ସେହିପରି ଅଟିରା ପଞ୍ଚାୟତର କାର୍ଯ୍ୟାଳୟ ପରିସରରେ ସରପଞ୍ଚ କୈଳାଶ ମଲ୍ଲିକ ପତାକା ଉତ୍ତୋଳନ କରିଥିଲେ । ସମାଜ ସେବୀ ଅରବିନ୍ଦ ମହାନ୍ତି, ଶେଷଦେବ ମହାନ୍ତି, ତାରାକାନ୍ତ ପରିଡା, ଯୁଗଳ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କୃପାସିନ୍ଧୁ ବିଦ୍ୟାଭବନ ପରିସରରେ ପ୍ୟାରେଡ୍ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରୀ  ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ, ବରୀ ବ୍ଲକର ଭାରତୀୟ ଷ୍ଟେଟ ବ୍ୟାଙ୍କ ବରୀ ମାଉଣ୍ଡ, ସନ୍ଥନ ମହାବିଦ୍ୟାଳୟ, ରମାଦେବୀ ଆଶ୍ରମ, ବିଧାନଚନ୍ଦ୍ର ଏକଡେମୀ, ତହସିଲ ଅଫିସ, ବିଦୁ୍ୟତ୍ ଅଫିସ, ଜଳସମ୍ପଦ ଅଫିସ, ଓ ସବରେଜିଷ୍ଟର ଅର୍ଡସ, ପୋଷ୍ଟଅଫିସ, ପଶୁଚିକିସôାଲୟ ପରିସରରେ , ଅଭିମନୁ୍ୟ ସାମନ୍ତ ସିଂହକ୍ଷର ମହାବିଦ୍ୟାଳୟ, କକ୍ଷଶିନଥ ମହାବିଦ୍ୟାଳୟ, ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ୬୬ତମ ସାଧରଣତୟ ଦିବସ ପାଳିତ ହୋଇଯାଇଛି ।
ଭଦ୍ରକ: ଜାନୁଆରି ୨୬ ରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଦରଦୀ ବନ୍ଧୁ ଫାଉଣ୍ଡେସନ ଏବଂ ଭଦ୍ରକରେ ଥିବା ରେଜନେଟର ଇନ୍ଷ୍ଟିଟୁ୍ୟଟ ମିଳିତ ଆନୁକୁଲ୍ୟରେ ଜଗନ୍ନାଥପୁର କଲେଜ ରୋଡ଼ରେ ଅନୁଷ୍ଠିତ ହୋଇଯାଇଛି । ସିମୁଳିଆ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଦରଦୀ ବନ୍ଧୁ ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଟା ଭାବେ ସିମୁଳିଆ ଓ ଖଇରାର ପୂର୍ବତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରତିଷ୍ଠାତା ଗୀତି ରଞ୍ଜନ ବେହେରା, ସଭାପତି ଲଭ୍ ଲି ମହାପାତ୍ର, ଜ୍ୟୋତି ପ୍ରକାଶ ମହାପାତ୍ର, ସମ୍ପାଦକ ତୃପ୍ତିକାନ୍ତ ନାୟକ ସହ ରେଜନେଟରର ଚେୟାରମେନ୍ କୃଷ୍ଣ ଚନ୍ଦ୍ର ମହପାତ୍ରଙ୍କ ସହ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ଏବଂ ଲଭଲି ମହାପାତ୍ର ସୁନ୍ଦର ଓଡିଶୀ  ପରିବେଷଣ କରିଥିଲେ ।
ଧାମନଗର: ଧାମନଗର ବ୍ଲକର  ବିଭିନ୍ନ ଅଞ୍ଚଳରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଧାମନଗର ପଂଚାୟତ ସମିତି କାର୍ଯ୍ୟାଳୟରେ ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଧାମନଗର ଏନ ଏ ସି କାର୍ଯ୍ୟାଳୟରେ ଅଧ୍ୟକ୍ଷା ନିବେଦିତା ଜେନା, ଧାମନଗର ତହସିଲ ରେ ତହସିଲଦାର ଦୀପକ ଦାସ । ଧାମନଗର ପ୍ରେସ କ୍ଲବରେ ସଭାପତି ବୈକୁଣ୍ଠ ସାହୁ, ଧାମନଗର ବରିଷ୍ଟ ନାଗରିକ ପରିଷଦରେ ସଭାପତି ଅନିଲ କୁମାର ବାରିକ, ଧାମନଗର ମହତାବ ସେବା ସଦନରେ ପରିଚାଳକ ତଥା ସାମ୍ୱାଦିକ ବାସୁଦେବ ତ୍ରିପାଠୀ ଜାତୀୟ ପତାକା ଉତୋଳନ କରିଥିଲେ । ସେହି ଭଳି ବ୍ଲକର ବିଭିନ୍ନ ପଂଚାୟତ କାର୍ଯ୍ୟାଳୟ ରେ ସରପଂଚ ଓ ସମିତି ସଭ୍ୟଙ୍କ ପତାକା ଉତୋଳନ କରାଯାଇଥିଲା । ତତ୍ ସହିତ ବିଭିନ୍ନ ସରକାରୀ ବେସରକାରି ବିଦ୍ୟାଳୟ ଓ ଅନୁଷ୍ଠାନରେ ମଧ୍ୟ ଜାତୀୟ ପତାକା ଉତୋଳନ କରାଯାଇ ଥିଲେ । କେତେକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ  ପ୍ରତିଯୋଗିତା ଓ ସାସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।