ପୁଣି ଥରେ ବାହା ହେବେ ଅନୁଭବ-ଜାଗୃତି!

ପୁଣି ଥରେ ବାହା ହେବେ ଅନୁଭବ-ଜାଗୃତି!

ଅନୁଭବଙ୍କୁ ନେଇ ଥମୁନି ଚର୍ଚ୍ଚା । ପାରିବାରିକ ବିବାଦରେ ଛନ୍ଦି ହେବା ପରେ ପୁରା ଦେଶରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପ୍ରେମ ବିବାହ କରିବା ପରେ ବର୍ଷାଙ୍କ ସହ କାହିଁକି ତାଙ୍କର ମନାନ୍ତର ହେଲା, କାହିଁକି ପତି-ପତ୍ନୀ ସମ୍ପର୍କରେ ଭଟ୍ଟା ପଡ଼ିଲା ସେନେଇ ବିଗତ ୪ ବର୍ଷ ହେଲାଣି ଚର୍ଚ୍ଚା ଚାଲିଛି । ଏମିତିକି ହାଇକୋର୍ଟରେ ବି ଏନେଇ ମାମଲା ହେଲା । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା କି, ବର୍ଷାଙ୍କୁ ଛାଡ଼ପତ୍ର ପରେ ସେ ତାଙ୍କର ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ପୁଣି ଥରେ ବିବାହ କରିବେ ବୋଲି । ଅବଶ୍ୟ ଏନେଇ କୌଣସି ସ୍ପଷ୍ଟତା ନାହିଁ । କିନ୍ତୁ ଜାଗୃତିଙ୍କ ବୟାନ ସେହି ଦିଗକୁ ହିଁ ନିର୍ଦ୍ଦେଶ କରୁଛି । 

ଅନୁଭବଙ୍କ ବାନ୍ଧବୀ ଜାଗୃତିଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ତାଙ୍କ ସହ ଅନୁଭବଙ୍କ ବାହାଘର ହେବ ବୋଲି ଫ୍ୟାନ୍ସମାନେ କହୁଛନ୍ତି । ଏହି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଅନୁଭବ କେବେ ହେଲେ ଫ୍ୟାନ୍ସମାନଙ୍କୁ ଅସମ୍ମାନ କରିନାହାନ୍ତି । ବିଶ୍ବାସ ଅଛି ସେ ଫ୍ୟାନ୍ସଙ୍କ କଥା ଉପରେ ବିଚାର କରିବେ । ଅର୍ଥାତ୍‌ ଜାଗୃତି କହିଥିଲେ ଅନୁଭବଙ୍କ ସହ ତାଙ୍କର ଆଗାମୀ ଦିନରେ ବିବାହ ହେବ ।  ଦର୍ଶକବନ୍ଧୁ ଜାଗୃତି ଓ ଅନୁଭବଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଏମିତିକି ସେମାନେ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି କୁହାଯାଉଛି । ଏ ପ୍ରଶ୍ନର ସିଧାସଳଖ ଉତ୍ତର ଦୁହେଁ ଦେଇ ନଥିବା ବେଳେ ପରୋକ୍ଷରେ ଏହା ସତ୍ୟ ବୋଲି କହିଛନ୍ତି ଜାଗୃତି । ତେବେ କେବେ ଉଭୟ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ତାହାକୁ ଓଡ଼ିଶାବାସୀଙ୍କ ଅପେକ୍ଷା….