ରାଜ୍ୟରେ ରେଳ ପ୍ରକଳ୍ପ ତ୍ୱାରାନ୍ୱିତ ଉପରେ ଗୁରୁତ୍ୱ

ଭୁବନେଶ୍ୱର  : ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ନିମନ୍ତେ ଚାଲିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମୀକ୍ଷା ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ , ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ପି. ଫୁନକୁଲ, କମିଶନର  ରେଳ ସଂଯୋଜନା ତଥା ଯୁଗ୍ମ ସଚିବ କୌସ୍ତୁଭ ଦୀପ୍ତ ପାଣିଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉକ୍ତ ବୈଠକରେ ଉପସ୍ଥିତ ଥିଲେ ।
ରେଳ ଭିତ୍ତିଭୂମି ବିକାଶ ନିମନ୍ତେ ନିରନ୍ତର ଭାବେ ଜମି ଅଧିଗ୍ରହଣ ସହ ଅନ୍ୟ ଆବଶ୍ୟକୀୟ ମଞ୍ଜୁରୀ ପ୍ରଦାନ, ପୁଞ୍ଜି ବିନିଯୋଗ ଦିଗରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି । ୪୯୨.୧୨ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ୩୨ କିଲୋମିଟର ବ୍ୟାପୀ ପୁରୀ -କୋଣାର୍କ ରେଳପଥ ଦ୍ୱାରା ଆଧ୍ୟାତ୍ମିକ ଏବଂ ପର୍ଯ୍ୟଟନ କ୍ଷେତ୍ର ବିକଶିତ ହେବ, ଏହା ସହିତ ଗୋଟିଏ ଷ୍ଟେସନ-ଗୋଟିଏ ଉତ୍ପାଦ ଅଧୀନରେ ସ୍ଥାନୀୟ ଉତ୍ପାଦକୁ ପ୍ରୋସôାହନ ମିଳିବ ।
ମୟୂରଭଞ୍ଜ ଜିଲ୍ଲାର ୩ଟି ପ୍ରକଳ୍ପ ଯଥା ବାଙ୍ଗିରୀପୋଷି- ଗୋରୁମହିଷାଣୀ, ବାଦାମପାହାଡ଼-କେନ୍ଦୁଝରଘର ଓ ବୁଡ଼ାମାରା-ଚାକୁଳିଆ ଉତ୍ତର ଓଡ଼ିଶାକୁ ଦକ୍ଷିଣାଞ୍ଚଳ ସହ ଯୋଡ଼ିବ । ଏହା ଦ୍ୱାରା ବେତନଟୀ ଠାରୁ ରାଜଗାଙ୍ଗପୁରକୁ ସିଧାସଳଖ ଯୋଗାଯୋଗ ସ୍ଥାପନା ହୋଇାପାରିବ । ଅନୁରୂପ ଭାବେ ଜଳେଶ୍ୱର-ଚନ୍ଦନେଶ୍ୱର ନେଇ ମଧ୍ୟ ଯୋଜନା କରାଯାଇଛି, ଯାହା ଦ୍ୱାରା ସମୁଦ୍ର ତଟ୍ଟବର୍ତ୍ତୀ ପର୍ଯ୍ୟଟନରେ ଅଭିବୃଦ୍ଧି ହେବ । ସେହିଭଳି କେବିକେ ଅଞ୍ଚଳରେ ଗୁଣୁପୁର-ଥେରୁବାଲି, ଜୁନାଗଡ଼-ନବରଙ୍ଗପୁର ଏବଂ ମାଲକାନଗିରି-ପାଣ୍ଡୁରାଗପୁରମ୍?  ଦ୍ୱାରା ରାୟପୁର ଠାରୁ ବିଜୟୱାଡାକୁ ସିଧାସଳଖ ସମ୍ପର୍କ ସ୍ଥାପନ ହୋଇପାରିବ ।