ପ୍ରାଥମିକ ଚିକିତ୍ସା ଉପରେ ତାଲିମ୍ ପ୍ରଦାନ
ଭୁବନେଶ୍ୱର : ଆଜି ବିଶ୍ୱରେ ବିଭିନ୍ନ ଅନୁଷ୍ଠାନ "ବିଶ୍ୱ ପ୍ରାଥମିକ ଚିକିସôା ଦିବସ’ ପାଳନ କରୁଛି । ଚଳିତ ବର୍ଷର ବିଷୟବସ୍ତୁ "ଜଳବାୟୁ ପରିବର୍ତ୍ତନ ଓ ପ୍ରାଥମିକ ଚିକିସôା’ ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟ ଏଜି ଆମ୍ବୁଲାନ୍ସ ଡିଭିଜନ ଆନୁକୂଲ୍ୟରେ ଓ ତ୍ରିଧା ନର୍ସିଙ୍ଗ ଡିଭିଜନ, ଟେମ୍ପଲ ସିଟି ଡିଭିଜନ ସହଯୋଗରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ,ବସ୍ତି ବାସିନ୍ଦା,ସାମାଜିକ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନଙ୍କୁ ପ୍ରାଥମିକ ଚିକିସôା ଉପରେ ତାଲିମ ପ୍ରଦାନ କରାଯାଇଥିଲା । ଏଜି କଲୋନୀ ପରିସରରେ ଆମ୍ବୁଲାନ୍ସ ଡିଭିଜନର ସହକାରୀ ଆଯୁକ୍ତ ପୁରୁଷୋତ୍ତମ ବଳଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉସôବରେ ଭାରତ ସ୍କାଉଟ ଓ ଗାଇଡ଼ର ଉପ ସଭାପତି ଡ଼ କାଳୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି, ପ୍ରଫେସର ଡ଼ ସତ୍ୟଜିତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ଓ ତତଜନିତ ମୃତୁ୍ୟସଂଖ୍ୟା ହ୍ରାସ ପାଇଁ ପ୍ରାଥମିକ ଚିକିସôାର ଆବଶକ୍ୟତା ଏବଂ ତାଲିମ ଉପରେ ଆଲୋକପାତ କରିଥିଲେ ।
ଜଳବାୟୁ ପରିବର୍ତ୍ତନ ଆମ ସମୟର ସବୁଠାରୁ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ମଧ୍ୟରୁ ଗୋଟିଏ । ବର୍ଦ୍ଧିତ ତାପମାତ୍ରା, ପରିବର୍ତ୍ତନ ପାଣିପାଗ ଢାଞ୍ଚା ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ଦୁର୍ବିପାକରେ ବହୁ ଲୋକ ପ୍ରାଣ ହରାଉଛନ୍ତି । ଏହାର ହ୍ରାସପାଇଁ ପ୍ରଚଳିତ ପ୍ରାଥମିକ ଚିକିସôା ତାଲିମର ସମ୍ୟକ ପରିବର୍ତ୍ତନ ଲୋଡ଼ା । ଏହି ତାଲିମ ଜନସାଧାରଣଙ୍କୁ ଦିଆଗଲେ ଦୁର୍ବିପାକ ବେଳେ ଜନ ସାଧାରଣ ତକôାଳ ପ୍ରାଥମିକ ଚିକିସôା ଯୋଗାଇ ଦେଇପାରିଲେ ମୃତୁ୍ୟସଂଖ୍ୟା କମା ଯାଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଆୟୋଜିତ ପ୍ରାଥମିକ ତାଲିମ କାର୍ଯ୍ୟକ୍ରମକୁ ସହକାରୀ ଆୟୁକ୍ତ ସୁଶାନ୍ତ କୁମାର ପଟ୍ଟନାୟକ, ଡ଼ ବସନ୍ତ କୁମାର ସାହୁ, ଡ଼ ପ୍ରମୋଦ କୁମାର ମହାପାତ୍ର, ଗିରିଶ ଚନ୍ଦ୍ର ଶତପଥୀ, ସଂଜିତା ମହାପାତ୍ର, ନୃସିଂହ ପ୍ରଧାନ ଓ ଭିକାରୀ ଚରଣ ସାହୁ ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।