ରଙ୍ଗତୁଳୀ କଳାକାର କମିଟି ଗଠିତ

 ପାପଡାହାଣ୍ଡି : ପାପଡାହାଣ୍ଡି ବ୍ଲକର ନୂଆକୋଟ ପଂଚାୟତ ସ୍ଥିତ ଗର୍ଭରାଇ ମନ୍ଦିର ପ୍ରାଙ୍ଗଣରେ ମା’ ଭଣ୍ଡାର ଘରଣୀ ରଙ୍ଗତୁଳୀ କଳାକାର ସଂଘର ଜିଲ୍ଲାସ୍ତରୀୟ କମିଟି ଗଠନ ହୋଇଛି । ଉକ୍ତ ବୈଠକରେ ଜିଲ୍ଲାର ଦଶଗୋଟି ବ୍ଲକରୁ ପ୍ରାୟ ୧୫୦ରୁ ଊଦ୍ଧ୍ୱର୍ କଳାକାର ଯୋଗ ଦେଇଥିଲେ । ସେଠାରେ କଳାକାରମାନଙ୍କର ଅଧିକାର, ସମସ୍ୟା ଓ ସଂଗଠନ କିପରି ଆଗକୁ ବଢ଼ିବ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ସଭାପତି ମୁରଲୀ ଧର ଭୂଷଣ, ଉପସଭାପତି ତ୍ରିପତି ଜେନା, ଉପଦେଷ୍ଟା ବସନ୍ତ ବେନ୍ୟା ଓ ସୁବାଷ ଭଟ, ସାଧାରଣ ସମ୍ପାଦକ ପ୍ରଶାନ୍ତ ଡୁଙ୍ଗରି ଓ ଯୁଧିଷ୍ଠିର, କୋଷାଧ୍ୟକ୍ଷ ଡମ୍ବରୁଧର ଧାରୁଆ, ସମ୍ପାଦକ ସୁବ୍ରତ ପାତ୍ର, ଜିତେନ୍ଦ୍ର ହରିଜନ, ଦେବି ପ୍ରସାଦ ମହାପାତ୍ରଙ୍କୁ ମନୋନୀତ କରାଯାଇଥିଲା । ଜିଲ୍ଲା ସଭାପତି ମୁରଲୀ ଧର ଭୂଷଣ କଳାକାରମାନଙ୍କର ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ।