ରାଜ୍ୟସ୍ତରୀୟ ବିଶ୍ୱ ତମାଖୁ ନିଷେଧ ଦିବସ:   ‘ସଚେତନତାକୁ ବ୍ୟାପକ କରାଯାଉ’

ଭୁବନେଶ୍ୱର : ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ବିଶ୍ୱ ତମାଖୁ ନିଷେଧ ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ  ବିଭାଗୀୟ କମିଶନର-ତଥା-ଶାସନ ସଚିବ ଅଶ୍ୱତୀ ଏସ ଅଧ୍ୟକ୍ଷତା କରି ତମାଖୁ ବ୍ୟବହାରକୁ ରୋକିବା ପାଇଁ ଅନ୍ତଃବିଭାଗୀୟ ସମନ୍ୱୟ ଏବଂ ଜନସଚେତନତାକୁ ଆହୁରି ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ମତପୋଷଣ କରିଥିଲେ । ଏ ଅବସରରେ ଏକ ସ୍ୱାକ୍ଷର ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଏହା ନାଗରିକଙ୍କ ସମର୍ଥନକୁ ଏକତ୍ରିତ କରାଇ ଏକ ତମାଖୁ ମୁକ୍ତ ଓଡ଼ିଶା ଗଠନ ପାଇଁ ଜନସାଧାରଣଙ୍କ ସଂକଳ୍ପକୁ ମଜବୁତ କରିବ ବୋଲି ମତ ପ୍ରକାଶ ପାଇଥିଲା । ଏହା ସହ ଯୁବପିଢ଼ି ଏବଂ ଦୁର୍ବଳ ମାନସିକତାର ଲୋକଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି କରିବା ପାଇଁ ନୂତନ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ସାମଗ୍ରୀ ଉନ୍ମୋଚିତ କରାଯାଇଥିଲା । 
ତମାଖୁ ମୁକ୍ତ ଶିକ୍ଷା ଅନୁଷ୍ଠାନ ପରିଚାଳନା ନିମନ୍ତେ ଆପ୍ଲିକେସନ - ଟୁଏଫ୍ଇଆଇ ଆପ୍: ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ଏକ ୱେବ-ଆଧାରିତ ଆପ୍ଲିକେସନର ଉନ୍ମୋଚମ କରାଯାଇଥିଲା । ଜାତୀୟ ତମାଖୁ ନିଷେଧ କାର୍ଯ୍ୟକ୍ରମ ଅଧୀନରେ ଉକôୃଷ୍ଟ ପ୍ରଦର୍ଶନର ସ୍ୱୀକୃତି ସ୍ୱରୂପ ଗଞ୍ଜାମ, ସୁନ୍ଦରଗଡ଼, କଟକ ଜିଲ୍ଲା ସମେତ ୫ଟି ପ୍ରମୁଖ ବିଭାଗକୁ ସେମାନଙ୍କ ଉଲ୍ଲେଖନୀୟ ସହଯୋଗ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡା. ଜିତେନ୍ଦ୍ର ମୋହନ ବେବର୍ତ୍ତା, ରାଜ୍ୟ ଶିକ୍ଷା ଓ ତାଲିମ ଅନୁଷ୍ଠାନର ନିଦେ୍ର୍ଦଶକ ଡା. ଅମରେନ୍ଦ୍ରନାଥ ମହାନ୍ତି, ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡା. ନୀଳକଣ୍ଠ ମିଶ୍ର ଏଥିରେ ଯୋଗ ଦେଇ ନିଜର ବହୁମୂଲ୍ୟ ମତ ଦେଇଥିଲେ ।