କୃଷି ଅଧିକାରୀଙ୍କୁ ଅର୍ଥନୈତିକ ବିଶ୍ଳେଷଣ ପ୍ରଶିକ୍ଷଣ
ଭୁବନେଶ୍ୱର : ଭୁବନେଶ୍ୱରରେ କୃଷି ଅଧିକାରୀଙ୍କୁ ଅର୍ଥନୈତିକ ବିଶ୍ଳେଷଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଓ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (ଆଇଏଫ୍ପିଆରଆଇ)ର ମିଳିତ ଆନୁକୂଲ୍ୟରେ, "ତଥ୍ୟ ବ୍ୟାଖ୍ୟା ଏବଂ ଅର୍ଥନୈତିକ ଫଳାଫଳ ବିଶ୍ଳେଷଣ ଉପରେ କ୍ଷମତା ସୁଦୃଢ଼ୀକରଣ ତାଲିମ’ ଶୀର୍ଷକ ପ୍ରଶିକ୍ଷଣର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହୋଇଛି । ବିଭାଗୀୟ ଅଧିକାରୀ ଏବଂ ଅଂଶୀଦାରମାନଙ୍କୁ କୃଷି ନୀତି ପ୍ରଣୟନ ଏବଂ କ୍ଷେତ୍ର-ସ୍ତରୀୟ ଯୋଜନାରେ ସଂଯୋଜିତ କରିବା ଏହି କାର୍ଯ୍ୟକ୍ରମର ମୂଲ ଲକ୍ଷ୍ୟ ।
ବିଭାଗୀୟ ଅତିରିକ୍ତ ସଚିବ ଶୁଭ୍ରାଂଶୁ ମିଶ୍ର କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି କହିଥିଲେ ଯେ, ଯୋଜନା ଏବଂ ମୂଲ୍ୟାଙ୍କନ ପାଇଁ ତଥ୍ୟର ଉପଯୋଗ ଓଡ଼ିଶାର କୃଷି କ୍ଷେତ୍ରରେ ଆଖିଦୃଶିଆ ଫଳ ପ୍ରଦାନ କରିବା ଆରମ୍ଭ କରିସାରିଛି । ଏହି ଗତିକୁ ବଜାୟ ରଖିବା ପାଇଁ ଏପରି ତାଲିମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଶିକ୍ଷଣରେ କୃଷି ଉପନିଦେ୍ର୍ଦଶକ ଡ. ସଂଗ୍ରାମ କେଶରୀ ପଟ୍ଟନାୟକ ଓ କୃଷି ସହକାରୀ ନିଦେ୍ର୍ଦଶକ ନଗେନ ମଲ୍ଲିକ ଯୋଗ ଦେଇ ଚାଷୀମାନଙ୍କୁ ସେବା ପ୍ରଦାନରେ ନବସୃଜନ, ଉତ୍ତରଦାୟିତ୍ୱ ଏବଂ ପ୍ରତିକ୍ରିୟାଶୀଳତାକୁ ପ୍ରୋସôାହିତ କରିବା ପାଇଁ ଆଭ୍ୟନ୍ତରୀଣ ତଥ୍ୟ କ୍ଷମତାକୁ ସୁଦୃଢ଼ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣରେ ଏନ୍ଏସ୍ଏସ୍ଓ, କୃଷି ଜନଗଣନା, ଏବଂ ପିଏଲ୍ଏଫ୍ଏସ୍ ପରି ଡାଟାସେଟ୍ ଏବଂ ଏକ୍ସେଲ, ଷ୍ଟାଟା, ଆର୍, ଏବଂ ପାଇଥନ୍ ଭଳି ଉପକରଣ ବ୍ୟବହାର କରି ତଥ୍ୟ ବିଶ୍ଳେଷଣ, ଭିଜୁଆଲାଇଜେସନ୍ ଏବଂ କୃଷି ନୀତି ମୂଲ୍ୟାଙ୍କନ ଉପରେ ତାଲିମ ପ୍ରଦାନ କରାଯାଇଥିଲା ।