କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର

 ତାଳଚେର  : ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ପବିତ୍ର ମୋହନ ମେଡିକାଲ୍ କଲେଜର ପାଠପଢ଼ା ଓ ରୋଗୀସେବା ଆରମ୍ଭ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଦାବିପତ୍ର ଗ୍ରହଣ କରି ସଭାରେ ସକରାତ୍ମକ ଉତ୍ତର ଦେଇ ଚଳିତ ବର୍ଷ ମେଡିକାଲ୍ ଛାତ୍ରଛାତ୍ରୀଙ୍କର ନାମଲେଖା ଓ ରୋଗୀ ଚିକିତ୍ସା ନିମନ୍ତେ ତାଳଚେରବାସୀଙ୍କୁ ଅବଗତ କରିଥିଲେ । ସମସ୍ତ ତାଳଚେରବାସୀ ଶିକ୍ଷାମନ୍ତ୍ରୀଙ୍କୁ ଭୂୟଂଶୀ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ । ଦାବିପତ୍ର ପ୍ରଦାନ ବେଳେ କ୍ରିୟାନୁଷ୍ଠାନ କମିଟିର ସଭାପତି ପଦ୍ମଚରଣ ସାମଲ, ସମ୍ପାଦକ ବିଜୟ କୁମାର ପ୍ରଧାନ, ଉପଦେଷ୍ଠା ଚୈତନ୍ୟ ପ୍ରଧାନ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଶୋଭାଗିନୀ ଦାସ, ରମାକାନ୍ତ ସାମଲ, ସୁକାନ୍ତ ଦାସ, ଆନନ୍ଦ ଚନ୍ଦ୍ର ସାହୁ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ  ।