ରାତିରେ ଦୁଇ ପରିବାରରୁ ଚୋରି


 ଆନନ୍ଦପୁର : ମଙ୍ଗଳବାର ବିଳମ୍ବିତ ରାତିରେ ରାମଚନ୍ଦ୍ରପୁର ଥାନା ଅଳତୀ ଗ୍ରାମର ଦୁଇ ପରିବାରରୁ ଚୋରି ହୋଇଛି । ଗ୍ରାମର ମଦନ ମୋହନ ବରାଳଙ୍କ ପୁଅ ସଞ୍ଜୟ ବୋହୁ ଘରେ ଥିବା ବେଳେ  ଦୁର୍ବୁତ ବିଳମ୍ବିତ ରାତିରେ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି । ସେହିପରି ଉକ୍ତ ରାତିରେ ଲକ୍ଷ୍ମଣ ବରାଳଙ୍କ ଘରେ ଦୁର୍ବୃତ୍ତ ଲୁଟପାଟ କରିଥିଲେ । ଲକ୍ଷ୍ମଣଙ୍କ ମା’ଙ୍କ  ଟ୍ରଙ୍କରେ ଥିବା ୪ ହଜାର ଟଙ୍କା, ରାସନ କାର୍ଡ, ଭୋଟର କାର୍ଡ, ବ୍ୟାଙ୍କ ପାସବୁକ, ସହିତ ନୂଆ ଲୁଗା ନେଇଯାଇଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।