ଦୋକାନୀକୁ ଆକ୍ରମଣ ଘଟଣାରେ ୨ଗିରଫ 

 କବାଟବନ୍ଧ : ଜେନାପୁର ଥାନା ଅନ୍ତର୍ଗତ ଚଣ୍ଡିଖୋଲ-ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ବଳରାମପୁର ଛକ କନ୍ତପଡା ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟ ଜଣେ ଦୋକାନୀକୁ ଆକ୍ରମଣ ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମର୍ଜିତାପୁର ପଞ୍ଚାୟତ ବଙ୍ଗୁ ମଳିକଙ୍କ ପୁଅ ଦୀପକ (୨୫)ଏବଂ ନଟିଲ ଗ୍ରାମର ସୁବାଷ ମଳିକଙ୍କ ପୁଅ ସାନୁ ବୋଲି ସୂଚନା ମିଳିଛି । ରାଇଛନ୍ଦା ପଞ୍ଚାୟତ ବାରକଣା ଗ୍ରାମର ପଦନ ରାଉତଙ୍କ ପୁଅ ରବୀନ୍ଦ୍ର (୪୫) ଛକରେ ଏକ ଭେରାଇଟ ଦୋକାନ କରି ବ୍ୟବସାୟ କରୁଥିବା ବେଳେ ଗତ ୧୯ତାରିଖ ବିଳମ୍ବିତ ରାତିରେ ୩ଜଣ ଅଭିଯୁକ୍ତ ତାଙ୍କ ଦୋକାନରେ ପସି ଭଙ୍ଗାରୁଜା, ଲୁଟ କରିବା ସହିତ ଆକ୍ରମଣ କରି ଟଙ୍କା ଛଡାଇନେଇ ଯାଇଥିଲେ । ଏନେଇ ରବୀନ୍ଦ୍ର ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ବୋଲି ଥାନା ଅଧିକାରିଣୀ ନିରୁପମା ଜେନା ସୂଚନା ଦେଇଛନ୍ତି ।