ଯାଜପୁରରେ ପୁଣି ଲଜ୍ଜା: ୪ବର୍ଷର ଶିଶୁକନ୍ୟାକୁ ଅସଦାଚରଣ; ଯୁବକ ଅଟକ

 ଯାଜପୁର ଟାଉନ : ଯାଜପୁରରେ ପୁଣି ଲଜ୍ଜାଜନକ ଘଟଣା ଘଟିଛି । ରବିବାର ଟାଉନ ଥାନା ଅଞ୍ଚଳର ଜନୈକ ୪ବର୍ଷୀୟା ନାବାଳିକାକୁ ଜଣେ ଯୁବକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଥାନା ଅଞ୍ଚଳର ଜନୈକା ୪ବର୍ଷୀୟା ଶିଶୁକନ୍ୟାକୁ ଦଶରଥପୁର ବ୍ଲକ ଅସନପୁର ପଞ୍ଚାୟତ କଂଟାବଣିଆ ଗ୍ରାମର ଅଲେଖ ମଳିକ(୨୬) ରବିବାର ଅସଦାଚରଣ କରିଥିବା ଜଣାପଡ଼ିଛି । ଏନେଇ ଶିଶୁକନ୍ୟାର ପରିବାର ପକ୍ଷରୁ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଲିଖିତ ଅଭିଯୋଗକୁ ଭିତ୍ତି କରି ଟାଉନ ପୁଲିସ  କେଶ ନଂ.୩୫୭/୨୫  ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁୁଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ କଂଟାବଣିଆ ଗ୍ରାମର ଅଲେଖ ମଳିକ ଯାଜପୁର ଥାନା ଅଞ୍ଚଳର ନାବାଳିକାର ଗ୍ରାମକୁ ତାଙ୍କ ବନ୍ଧୁ ଘରକୁ ଆସିଥିଲେ । ରବିବାର ସନ୍ଧ୍ୟା ୫ ଘଟିକା ସମୟରେ ନାବାଳିିକା ଜଣକ ଖେଳୁଥିବା ସମୟରେ ମୋଟର ସାଇକେଲ ଯୋଗେ ଚକୋଲେଟ ଖାଇବା ବାହାନାରେ ବସାଇ ରାମବାଗ ବଜାରକୁୁ ନେଇ ଯାଇଥିଲା । ସେଠାରେ ସେ ନାବାଳିକାକୁ ଅସଦାଚରଣ କରି ପୁନଶ୍ଚ ଘରକୁ ଆଣି ଛାଡ଼ି ଦେଇଥିଲା । ନାବାଳିକା ପରିସ୍ରା କରିବା କଷ୍ଟ ହେବା ଏବଂ ରକ୍ତ ପଡ଼ିବାରୁ ପରିବାର ଲୋକ ପଚରାଉଚରା କରିଥିଲେ ମଧ୍ୟ ସଠିକ ଭାବରେ କିଛି କହିପାରିନଥିଲା । ମାତ୍ର ସେଠାରେ ଅନ୍ୟ ପିଲାମାନେ ଅଲେଖ ମଳିକ ନାବାଳିକାକୁ ଚକୋଲେଟ ଖାଇବା ବାହାନାରେ ନେଇ ଯାଇଥିଲା ବୋଲି କହିଥିଲେ । ରବିିବାର ଦିନ ବିଳମ୍ବିତ ରାତିରେ ନାବାଳିକାର ବାପା ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ନାବାଳିକାକୁ ପୀଡ଼ିତାକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇ ଡାକ୍ତରୀ ମଇନା କରାଇବା ସହ ତା’ର ପରିବାର ଲୋକଙ୍କ ବୟାନ ରେକର୍ଡ଼ କରିଛି । ଅପରପକ୍ଷରେ ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରି ତଦନ୍ତ ଜାରି ରଖିଛି । ଏଠାରେ ସୂଚନା ଯୋଗ୍ୟ ୨ମାସ ମଧ୍ୟରେ ଯାଜପୁର ଟାଉନ ଥାନା ଅଞ୍ଚଳରେ ଦୁଇଟି ଦୁଷ୍ମର୍ମ ଘଟଣା ଘଟିଥିବା ବେଳେ ଏହି ଘଟଣା ଯାଜପୁର ପାଇଁ ଏକ ଲଜ୍ୟାକର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି ।