ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ନେଲେ ନୀତିନ
ନୂଆଦିଲ୍ଲୀ : ବିହାର ମନ୍ତ୍ରୀ ନୀତୀନ ନବୀନ ବିଜେପିର ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବାର ଗୌରବ ଅର୍ଜନ କରିଛନ୍ତି । ଆଜି ବିଜେପିର ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ନୀତିନ ନବୀନ ଦିଲ୍ଲୀ କାର୍ଯ୍ୟାଳୟରେ ବିଧିବଦ୍ଧଭାବେ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଉପସ୍ଥିତଥିଲେ । ପାର୍ଟିର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଉପସ୍ଥିତି ଥିଲେ ।
ନୀତିନ ନବୀନ କହିଥିଲେ, "ମୁଁ କେନ୍ଦ୍ରୀୟ ନେତୃତ୍ୱ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ରୀୟ ନେତୃତ୍ୱର ସମସ୍ତଙ୍କୁ ଏହି ସୁଯୋଗ ଦେବା ପାଇଁ କୃତଜ୍ଞତା ଜଣାଉଛି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ନେତୃତ୍ୱକୁ ଆଗକୁ ବଜାୟ ରଖିବି । ଦଳ ମୋତେ ଯେଉଁ ଦାୟିତ୍ୱ ଦେଇଛି ତାହା ମୁଁ ପୂର୍ଣ୍ଣ ଭାବରେ ପାଳନ କରିବି ।’
ନୀତିନ ନବୀନ ହେଉଛନ୍ତି ବିହାରର ଜଣେ ଅଭିଜ୍ଞ ବିଜେପି ନେତା ଯାହାଙ୍କ ରାଜନୈତିକ ମୂଳ ବହୁତ ଗଭୀର। ପାଟନାରେ ଜନ୍ମଗ୍ରହଣ କରିଥିବା ସେ ପୂର୍ବତନ ବିଧାୟକ ସ୍ୱର୍ଗତ ନବୀନ କିଶୋର ପ୍ରସାଦ ସିହ୍ନାଙ୍କ ପୁଅ । ତାଙ୍କ ପିତାଙ୍କ ଦେହାନ୍ତ ପରେ ନୀତୀନ ନବୀନ ସକ୍ରିୟ ନିର୍ବାଚନୀ ରାଜନୀତିରେ ପ୍ରବେଶ କରିଥିଲେ । ସେ ପାଟନାର ବାଙ୍କିପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରନ୍ତି ଏବଂ ରାଜ୍ୟରେ ଦଳର ସବୁଠାରୁ ଶକ୍ତିଶାଳୀ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ଜଣେ ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ୨୦୦୬ ମସିହାରେ ଉପନିର୍ବାଚନ ବିଜୟ ପରେ ନବୀନ ଲଗାତାର ଚାରି ଥର ୨୦୧୦, ୨୦୧୫, ୨୦୨୦ ଏବଂ ୨୦୨୫ ବିଧାନସଭା ନିର୍ବାଚନରେ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ସାମ୍ପ୍ରତିକ ବିହାର ବିଧାନସଭା ନିର୍ବାଚନରେ ସେ ବାଙ୍କିପୁରରୁ ଆଉ ଏକ ଜୋରଦାର ବିଜୟ ହାସଲ କରିଛନ୍ତି । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୫୧,୦୦୦ ରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।