ପରିବର୍ତ୍ତନର ନାରା ଦେଇ ପରିବାରବାଦ୍ରେ ପୂର୍ଣ୍ଣଛେଦ ପକାଇଲେ ଲିକୁ..

ଯାଜପୁର କାହିଁକି ପୁରା ରାଜ୍ୟ ରାଜନୀତିରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା ଧର୍ମଶାଳା ନିର୍ବାଚନ  ମଣ୍ଡଳୀ । ପ୍ରଥମକରି ଧର୍ମଶାଳାରେ ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ)ବିଜେଡି ଗଡ଼କୁ ଦୋହଲାଇ ଦେଲେ । ବର୍ଷ ଆରମ୍ଭ ପୂର୍ବରୁ ବିଜେଡ଼ି ଛାଡ଼ିଥିବା ଲିକୁ ମୋଦିଙ୍କ ଗ୍ୟାରେଣ୍ଟି ପରିବର୍ତନର ଘଣ୍ଟି ସହ ବହୁତ ହୋଇଗଲା..ଧର୍ମଶାଳା ଚାହୁଁଛି ପରିବର୍ତନ ସ୍ୱରକୁ ଯୋରଦାର କରିଥିଲେ । ଲିକୁଙ୍କ ଉକ୍ତ ସ୍ୱରରେ ଧର୍ମଶାଳା ଭୋଟର ପରିବାର ରାଜନୀତିରେ ପୂର୍ଣ୍ଣଛେଦ ପକାଇଥିଲେ । ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ ବିଜେଡି ଛାଡି ବିଧିବଦ୍ଧ ଭବାରେ ବିଜେପିରେ ସାମିଲ ହୋଇଥିଲେ । ଆରମ୍ଭରୁ ସ୍ମୃତିରେଖା ପହି ଆଉ ସର୍ବଶ୍ୱେର ବେହେରାଙ୍କୁ ନେଇ ତାଙ୍କର ରାଜନୈ÷ତିକ ଭବିଷ୍ୟତ ଆଶଙ୍କାରେ ଥିବା ବେଳେ ନିର୍ବାଚନ ସମୟ ପାଖେଇ ଆସିବା ପରେତାଙ୍କ ଲୋପ୍ରିୟତା ଖୁବ୍ ବୃଦ୍ଧି ପାଇଥିଲା । ବିଗତ ଦିନରେ ନିଜର ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟରେ ସୃଷ୍ଠି କରିଥିବା ସମ୍ପର୍କ ଏବଂ ଧର୍ମଶାଳାରେ ଚାଲି ଆସିଥିବା ପାରିବାରିକ ରାଜନୀତିକୁ ବିରୋଧକରି ସେ ବିଧାୟକ ଭାବରେ ବିଜୟୀ ହୋଇଗଲେ । ବିଧାୟକ ଭାବେ ଜିତିବା ପରେ ଲିକୁ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗକୁ ଆଳକରି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଟାର୍ଗେଟ କଲେ ।  ଦେଖାଗଲା ସ୍ଥିତି ଏମିତି ହେଲା ବିଜେଡି ମଧ୍ୟ ହିମାଂଶୁଙ୍କୁ କାଉଣ୍ଟର କରିବାକୁ ଯାଇ ୩ଥର ବଡ ମେଳି ଧର୍ମଶାଳାରେ କଲା । ଆଉ ବର୍ଷ ଶେଷ ଆଡକୁ ହିମାଂଶୁଙ୍କୁ ଉପରେ ଯାଜପୁରରେ ଆକ୍ରମଣ ପୁରା ଜିଲ୍ଲା ତଥା ରାଜ୍ୟ ରାଜନୀତିକୁ ଉଷ୍ମ କରିଦେଇଥିଲା । ରୋକଠୋକ୍ ଏବଂ ଶାଣିତ ସ୍ୱର ପାଇଁ ବିଦାୟ ବର୍ଷରେ ଲିକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଗଲେ ।