ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମ.ରାମପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦୀପ୍ତି ରଞ୍ଜନ ଦାଶଙ୍କ ଅଦାଲତରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଏହି ଲୋକ ଅଦାଲତରେ ୧ ଦେୱାନୀ ମାମଲା, ୧ ଡୋମେଷ୍ଟିକ ଭାଓଲେନ୍ସ ଓ ୨୩ ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ଏଫ୍ଆର୍ଟିର ସମାଧାନ କରାଯାଇଛି । ପ୍ରାକ୍ ମକଦ୍ଦମା କ୍ଷେତ୍ରରେ ୨୩୭ ଗୋଟି ରାଜସ୍ୱ ମାମଲାର ସମାଧାନ କରାଯାଇ ୩୦ ହଜାର ୧୬୧ଟଙ୍କା ଆଦାୟ କରାଯାଇଥିବା ବେଳେ, ୨୬ଟି ବ୍ୟାଙ୍କ୍ ସମ୍ବନ୍ଧୀୟ ଋଣ ମାମଲାରେ ୯ ଲକ୍ଷ ୪୫ହଜାର ଟଙ୍କା ଆଦାୟ କରାଯାଇଛି । ଏହି ଲୋକ ଅଦାଲତକୁ ପରିଚାଳନାରେ କୋର୍ଟ କର୍ମଚାରୀ, ମ.ରାମପୁର ଓକିଲ ସଂଘ ସଦସ୍ୟ ଏବଂ ବ୍ୟାଙ୍କ୍ କର୍ମଚାରୀ ସହଯୋଗ କରିଥିଲେ । ଦୀର୍ଘ ଦିନରୁ ଚାଲି ଆସୁଥିବା ମକାଦ୍ଦମାର ସହଜ ସମଧାନ ପାଇଁ ଲୋକ ଅଦାଲତର ସୁଯୋଗ ନେବା ପାଇଁ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।