କ୍ୟାଡର ରୁଲ ପୁନଃଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

 କେନ୍ଦୁଝର: ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନସ୍ଥ କନିଷ୍ଠ କାର୍ଯ୍ୟାଳୟ ସହାୟକ ସଂଘ, କେନ୍ଦୁଝର ଶାଖା ପକ୍ଷରୁ ସେମାନଙ୍କର କ୍ୟାଡର ରୂଲ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଦାବି ପୂରଣ ନେଇ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ବିଭାଗର କନିଷ୍ଠ କାର୍ଯ୍ୟାଳୟ ସହାୟକ କ୍ୟାଡର ରୂପ ପ୍ରଣୟନ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ସଂଘର ଏହି ଦାବି ପୂରଣ କରିବା ନେଇ ପ୍ରତିଶୃତିି ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ କେନ୍ଦୁଝର ଜିଲ୍ଲାର କନିଷ୍ଠ ସହାୟକ ରଞ୍ଜନ ଜେନା, ଯୁଗଜ୍ୟୋତି ମହାନ୍ତ, ମହେଶ୍ୱର ମୁଖି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ରାଜସ୍ୱ ବିଭାଗ କନିଷ୍ଠ ସହାୟକ ମାନଙ୍କର କ୍ୟାଡ଼ର ରୁଲ ହୋଇଥିବା ବେଳେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ କନିଷ୍ଠ ସହାୟକ ମାନଙ୍କ ପାଇଁ କୌଣସି କ୍ୟାଡ଼ର ରୁଲ୍ ହୋଇ ନଥିବାରୁ ସେମାନେ ବହୁତ କମ୍ ଦରମା ପାଉଛନ୍ତି । ସମାନ କାମ କରୁଥିଲେ ମଧ୍ୟ ସମାନ ଦରମା ଏବଂ ସମାନ ପଦବୀରେ ନରହିବା ଘୋର ପରିତାପର ବିଷୟ ।