ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

 ଆସିକା : ଆସିକା ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ  କଲେଜଛକ ସ୍ଥିତ ଟେକ୍ନିକାଲ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରତାପ କୁମାର ମହାପାତ୍ରଙ୍କୁ ଭାବ ବିହ୍ୱଳ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି  । ଏହି ବିଦ୍ୟାଳୟରେ ଆୟୋଜିତି କାର୍ଯ୍ୟକ୍ରମରେ ଖାରିଆ ସରପଞ୍ଚ ଜୟନ୍ତୀ ସାହୁ, ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ  ମୁନ ରାଣୀ ମହାନ୍ତି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଭୁନନ୍ଦନ ପଣ୍ଡା, ଜଗଦଳପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ  ନାରାୟଣ ମହାପାତ୍ର, ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଗୋଲାପଡା(ଭଞ୍ଜଗଗର) ର ପ୍ରଧାନ ଶିକ୍ଷୟତ୍ରୀ  ରାଜଲକ୍ଷ୍ମୀ ସେଠୀ, ଟେକ୍ନିକାଲ ହାଇ ସ୍କୁଲର ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ  ଅଶୋକ କୁମାର ପଟ୍ଟନାୟକଙ୍କ ଉପସ୍ଥିତ ରେ ଦୁଇ ବିଦାୟୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସହିତ ଦୁଇ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା  । ଏହି ଟେକ୍ନିକାଲ ହାଇସ୍କୁଲରେ ପ୍ରତାପ କୁମାର ମହାପାତ୍ର ଗତ ୨୦୨୨ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ରୂପେ ଦାୟିତ୍ୱ ତୁଲାଇ ଆସୁଥିଲେ  । ସେ ୧୯୯୨ ମସିହାରୁ ଶେରଗଡ଼ ବ୍ଲକ ବାନ୍ଧଗୁଡା ଉଚ୍ଚÿ ବିଦ୍ୟାଳୟରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ  । ସେ ବିଭିନ୍ନ ସ୍କୁଲରେ ଶିକ୍ଷାଦାନ ପରେ ୨୦୧୧ ମସିହାରେ ଆସିକା ଟେକ୍ନିକାଲ ଉଚ୍ଚÿ ବିଦ୍ୟାଳୟରେ ଯୋଗ ଦେଇଥିଲେ  ।