୨୦ ଜିଲାକୁ ବର୍ଷା ସତର୍କତା

୨୦ ଜିଲାକୁ  ବର୍ଷା  ସତର୍କତା

ଉତ୍ତରପ୍ରଦେଶର ପାଗରେ ଭିନ୍ନ ଭିନ୍ନ ରଙ୍ଗ ଦେଖାଯାଉଛି। କିଛି ସ୍ଥାନରେ ପ୍ରବଳ ସୂର୍ଯ୍ୟକିରଣ ଯୋଗୁ ଅସହ୍ୟ ଗରମ ହେଉଥିବା ବେଳେ ଅନ୍ୟ ସ୍ଥାନରେ ବର୍ଷା ଆଶ୍ୱସ୍ତି ଆଣି ଦେଉଛି। ଆଜି ଅର୍ଥାତ୍‌ ରବିବାର ମଧ୍ୟ ଉତ୍ତରପ୍ରଦେଶ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ରବିବାର ୨୦ ଜିଲାରେ ବର୍ଷା ଏବଂ ବଜ୍ରପାତ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଶନିବାର ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ପବନ ସହିତ ବର୍ଷା ରେକର୍ଡ କରାଯାଇଛି। ବର୍ତ୍ତମାନ, ଉତ୍ତରପ୍ରଦେଶର ୧୦ ରୁ ଅଧିକ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ପହଞ୍ଚିଛି। ଅନ୍ୟପକ୍ଷରେ ଶନିବାର ସବୁଠାରୁ ବାରାଣସୀ ଏବଂ ପ୍ରୟାଗରାଜରେ ତାପମାତ୍ର ୪୦ ଡିଗ୍ରୀ ଅତିକ୍ରମ କରିସାରିଛି। ଆଗାମୀ ଦିନରେ ଗରମ ଆହୁରି ବଢ଼ିବାର ସମ୍ଭାବନା ରହିଛି।

ଏହି ଜିଲାଗୁଡ଼ିକୁ ବଜ୍ରପାତ ସତର୍କତା:
ପାଣିପାଗ ବିଭାଗ ଅନୁଯାୟୀ, ପ୍ରୟାଗରାଜ, ବାରାଣସୀ, ଫତେହପୁର, ସୋନଭଦ୍ର, ସାହାରନପୁର, ମୁଜାଫରନଗର, ମିର୍ଜାପୁର, ଶାମଲି, ବାଗପାଟ, ମେରୁଟ, ଆମ୍ରୋହା, ମୋରାଦାବାଦ, ବିଜୁନ, ୍‌ଆମଓ୍ବର, ଆଗ୍ରା, ରାମପୁର, ହମିରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି।

ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଉତ୍ତରପ୍ରଦେଶରେ ବର୍ଷା ବନ୍ଦ ହେବ। ମାତ୍ର ଏହା ପରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ। ଏହି ମାସ ଶେଷ ସୁଦ୍ଧା ପାରଦ ୪୫ ଡିଗ୍ରୀରେ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ୩ ରୁ ୫ ଡିଗ୍ରୀ ବୃଦ୍ଧି ପାଇପାରେ। ଉତ୍ତରପ୍ରଦେଶରେ ଶନିବାର ଆଗ୍ରା ସମେତ ଅନେକ ଜିଲାରେ ବର୍ଷା ହୋଇଥିଲା। ଆଗ୍ରାରେ ମଧ୍ୟାହ୍ନ ପରେ ଆକାଶରେ କଳହାଣ୍ଡିଆ ମେଘ ଦେଖିବାକୁ ମିଳିଥିଲା। ଏହା ସହିତ ପ୍ରାୟ ୯୦ କିଲୋମିଟର ବେଗରେ ପ୍ରବଳ ପବନ ବହିଥିଲା। ଯାହା ଯୋଗୁ ସହରରେ ଅନେକ ଗଛ ଏବଂ ହୋର୍ଡିଂ ଉପୁଡ଼ି ପଡ଼ିଥିଲା। ବିଜନୌରରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା,