ବିଧାୟକଙ୍କୁ ଦାବି ଜଣାଇଲେ ଶିକ୍ଷକ ସଂଘ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସରକାରୀ ହାଇସ୍କୁଲ ଶିକ୍ଷକ ଏନ୍ପିଏସ୍ ସଂଘ ମାଲକାନଗିରି ବିଧାୟକ ନରସିଂହ ମାଡକାମିଙ୍କୁ ନିଜର ଦୁଇ ଦଫା ଦାବି ଜଣାଇବା ସହ ଆଲୋଚନା କରିଥିଲେ । ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ସମସ୍ତ ହାଇସ୍କୁଲ ଶିକ୍ଷକ ୬ ବର୍ଷ ମୂଳ ଚାକିରିରେ ଯୋଗ ଓ ୬ଟି ନ୍ୟାସନାଲ ଇଙ୍କ୍ରିମେଣ୍ଟ ପ୍ରଦାନ ଏବଂ ହାଇସ୍କୁଲ ଶିକ୍ଷକମାନଙ୍କ କ୍ୟାଡର ପୁନର୍ଗଠନ ଭଳି ଦୁଇଟି ଦାବି ଆଗାମୀ ବିଧାନସଭା ଅଧିବେଶନରେ ଉପସ୍ଥାପନା କରି ଶିକ୍ଷକମାନଙ୍କ ଦାବି ପୂରଣ ପାଇଁ ସହଯୋଗ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରଯାଇଥିଲା । ଏହି ଅବସରେ ବିଧାୟକ ମାଡକାମୀ ସଂଘକୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଯେହେତୁ ସେ ଜଣେ ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ ତେଣୁ ସେ ନିଶ୍ଚିତ ଭାବେ ଶିକ୍ଷକଙ୍କର ଏହି ସମସ୍ୟ ସମାଧାନ କରିବା ପାଇଁ ଉପରସ୍ତରରେ ଆଲୋଚନା କରିବେ । ଏହି ଆଲୋଚନାରେ ସଂଘ ସଭାପତି ସଞ୍ଜୀବ ବୈଦ୍ୟ, କାର୍ଯ୍ୟକାରୀ ସଭାପତି ସୁଧୀର ରଞ୍ଜନ ସିକଦାର, ସମ୍ପାଦକ ସନାତନ ଦାସ, ଉପଦେଷ୍ଟା ଜଗନ୍ନାଥ ପ୍ରସାଦ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ଦୀପ୍ତ ଦାସ, ଉପସଭାପତି ସନାତନ ପ୍ରଧାନ, ଚତୁର୍ଭୁଜ ଦାସ, ରତନ ଆଚାର୍ଯ୍ୟ, ସମୀର ରଞ୍ଜନ ଜେନା, ବାସୁଦେବ ପଣ୍ଡା, ଶରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।