ନାବାଳିକା କୁକର୍ମ ଅଭିଯୋଗ, ପୃଥକ ଘଟଣାରେ ୨ ଗିରଫ

 ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୂଟ ବ୍ଲକରେ ପୁଣି ଲଜ୍ଜା । ନାବାଳିକାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ଅଭିଯାଗରେ ଜଣେ ଗିରଫ । ସୂଚନା ଅନୁଯାୟୀ ଜିଲ୍ଲାର ମୁଦୁଲିପଡା ଥାନା ଅଞ୍ଚଳରେ ଜଣେ ନାବାଳିକା ଗର୍ଭବତୀ ଥିବା ତାଙ୍କ ପରିବାର ଲୋକେ ଜାଣିବା ପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଜାଣିବାକୁ ପାଇଥିଲେ । ଏ ସଂପର୍କରେ ଗତ ୨୫ ତାରିଖରେ ପୀଡିତାଙ୍କ ପରିବାର ଓ ଗ୍ରାମବାସୀ ଏବଂ ଅଭିଯୁକ୍ତଙ୍କ ଉପସ୍ଥିତିରେ ଏକ ବୈଠକ ମଧ୍ୟ ହୋଇଥିଲା । ଉଭୟ ପକ୍ଷର ପରିବାର ଲୋକେ ଉପସ୍ଥିତ ରହି ବୈଠକରେ ଆଲୋଚନା କରୁଥିବା ବେଳେ ହଟାତ ପୀଡିତା ଜଣଙ୍କ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ନବଜାତ ସନ୍ତାନ ଜନ୍ମ କରିଥିଲେ । ପରେ ସେଠାରୁ ଉଭୟ ନବଜାତ ଓ ପୀଡିତାଙ୍କୁ ଖଇରପୁଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ । ଡାକ୍ତର ନବଜାତ ଶିଶୁଟିକୁ ମ୍ରୁତ ଘୋଷଣା କରିଥିଲେ ଓ ନାବାଳିକାର ଚିକିସôା ଆରମ୍ଭ କରିଥିଲେ । ତେବେ ଏ ନେଇ ମୁଦୁଲିପଡା ଥାନାରେ ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏହାକୁ ଆଧାର କରି ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଥିବା ଜଣା ପଡିଛି ।
ସେହିପରି ଜିଲ୍ଲାର ଓରକେଲ ଥାନାରେ ପୁଣି ଜଣେ ନାବାଳିକା ଦୁଷ୍କର୍ମ ର ଶିକାର ହୋଇଥିବା ନେଇ ଏକ ମାମଲା ରୁଜୁ ହୋଇଛି । ଗତ ୭ ଦିନ ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଖବର ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଆଜି ପୁନଃ ମାଲକାନଗିରି ଜିଲ୍ଲା ଓରକେଲ ଥାନାରେ ଏପରି ସମାନ ଘଟଣା ଦେଖିବାକୁ ମିଳିଛି । ନାବାଳିକା ଜଣକ ଗତ ବର୍ଷ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜ ମାମୁଁ ଘର କୁଡୁମୁଲୁଗୁମ୍ମା ଫାଣ୍ଡି ଅଞ୍ଚଳରେ ରହୁଥିଲେ । ତେବେ ନାବାଳିକା ଜଣଙ୍କ ନିଜ ଘର ତାଙ୍କ ମାମୁଁ ଘର ଠାରୁ ୨୫ କିମି ଦୂରତା ହୋଇଥିବା ବେଳେ ସେ ନିଜ ଗ୍ରାମବୁଲିବାକୁ ଯାଇ ଫେରିବା ବାଟରେ ଜଣେ ବାଇକ ଚାଳକ ତାଙ୍କ ମାମୁଁ ଘର ଗ୍ରାମ ଅଞ୍ଚଳର ହୋଇଥିବା ଦେଖି ବାଇକ ରେ ବସିଥିଲେ । ତେବେ ବାଇକ ଚାଳକ ଜଣକ ତାଙ୍କ ମାମୁଁ ଘର ଗ୍ରାମକୁ ନନେଇ ତାଙ୍କୁ ପ୍ରବର୍ତ୍ତାଇ ଚିତ୍ରକୋଣ୍ଡା ଡ୍ୟାମ ବୁଲିବାକୁ ଉକ୍ତ ନାବାଳିକାଙ୍କୁ ନେଇଥିଲେ । ଏହାର ସୁଯୋଗ ନେଇ ନାବାଳିକାଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ପୀଡିତାର ମାମୁଁ ଓରକେଲ ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ଦୟା ମାଢ଼ି(୪୫)କୁ ଗିରଫ କରାଯାଇଥିବା ନେଇ ଅତିରିକ୍ତ ଏସପି ରଶ୍ମୀ ରଞ୍ଜନ ସେନାପତି ପ୍ରକାଶ କରିଛନ୍ତି ।