ଆନ୍ଦୋଳନରୁ ଓହରିଲେ ଡ଼ାକ୍ତର
ଭୁବନେଶ୍ୱର : ଆନ୍ଦୋଳନରୁ ଓହରିଲେ ଡାକ୍ତର । ଆଜି ଓମସା ସଦସ୍ୟଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ଜରୁରୀ ବୈଠକ କରିଥିଲେ । ଆନ୍ଦୋଳନ ହଟିଥିବା ଓମସାର ସଭାପତି ସୂଚନା ଦେଇଛନ୍ତି । ଡାକ୍ତର ସଂଘ ରଖିଥିବା ସମସ୍ତ ଦାବି ମଧ୍ୟରୁ ପ୍ରାୟ ସମସ୍ତ ଦାବି ମାନିବାକୁ ସରକାର ରାଜି ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଫଳରେ ଆସନ୍ତାକାଲିଠାରୁ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବେ । ଗତ ୫ତାରିଖରୁ ୨ଘଣ୍ଟା ପାଇଁ ଓପିଡି ବନ୍ଦ ରଖି ଡ଼ାକ୍ତରମାନେ ଆନ୍ଦୋଳନ ଜାରି ରଖିଥିଲେ । ଫଳରେ ରୋଗୀ ସେବା ବ୍ୟାହତ ହେଉଥିଲା । ସରକାର ଲଗାଇଥିବା ଏସମାକୁ ନମାନି ଡାକ୍ତର ସଂଘ ନିଜ ଜିଦରେ ଅଟଳ ରହିଥିଲେ । ୧୪ଦଫା ଦାବି ପୂରଣ ନେଇ ଡିସେମ୍ବର ୨୬ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଥିଲେ ।
Samir Kumar Rout