ଅସନ୍ତା ଜାନୁଆରୀ ୨୦ରେ ହେବ ଓଏସଏସଟିଇଟି ପରୀକ୍ଷା
କଟକ : ଆସନ୍ତା ଜାନୁଆରୀ ୨୦ ତାରିଖରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ଅନୁଷ୍ଠିତ ହେବ । ପରୀକ୍ଷା ଦେବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଆଜିଠାରୁ ଆସନ୍ତା ୧୭ ତାରିଖ ଯାଏଁ ଆବେଦନ କରିପାରିବେ । ଏଥିପାଇଁ ଆଡମିଟ୍ କାର୍ଡ ଜାନୁଆରୀ ୧୦ ତାରିଖରେ ବୋର୍ଡ ୱେବସାଇଟରୁ ପାଇପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ଦୁଇଟି ପେପରରେ ହେବ । ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଥିବାବେଳ ଦ୍ୱିତୀୟ ପେପର ପରୀକ୍ଷା ଅପରାହ୍ନ ୨ଟାରୁ ୪ଟା ଯାଏଁ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।