ରେଳମଣ୍ଡଳରେ ସ୍ୱାଧୀନତା ଦିବସ ପାଳନ
ଭୁବନେଶ୍ୱର : ୭୯ତମ ସ୍ୱାଧୀନତା ଦିବସ ଅବସରରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରେ ଏକ ବିଶାଳ ଓ ଦେଶଭକ୍ତିମୟ ଆୟୋଜିତ ହୋଇଯାଇଛି । ଏହାର ନେତୃତ୍ୱ ନେଇଥିଲେ ମଣ୍ଡଳ ରେଳ ପ୍ରବନ୍ଧକ ଅଲୋକ ତ୍ରିପାଠୀ । କାର୍ଯ୍ୟକ୍ରମରେ ପ୍ରଥମେ ଶ୍ରୀ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରି ରେଳ ସୁରକ୍ଷା ବଳ (ଜଚୠ), ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସ, ସିଭିଲ୍ ଡିଫେନ୍ସ କର୍ମଚାରୀ ଓ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଦର୍ଶିତ ଆକର୍ଷଣୀୟ ପେରେଡ୍କୁ ନିରୀକ୍ଷଣ କରିଥିଲେ । ପେରେଡ୍ ସମୟରେ ଶ୍ରୀ ତ୍ରିପାଠୀ ସାଲୁ୍ୟଟ ଆଦାନ ପ୍ରଦାନ କରିଥିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଶପ୍ରେମ ଓ ଏକତାର ଜ୍ୱଳନ୍ତ ଦୃଶ୍ୟ ପ୍ରକାଶିତ ହୋଇଥିଲା ।ରେଳ କର୍ମଚାରୀ ଓ ଯାତ୍ରୀମାନଙ୍କୁ ସମ୍ବୋଧନ କରି, ଶ୍ରୀ ତ୍ରିପାଠୀ ସ୍ୱାଧୀନତା ସେନାନୀମାନଙ୍କ ତ୍ୟାଗକୁ ସ୍ମରଣ କରିଥିଲେ ଓ ଭାରତୀୟ ରେଳ ଦେଶର ବିକାଶ, ସଂଯୋଗ ଓ ଏକତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେ । ସମାପନୀ ସମ୍ବୋଧନରେ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ସ୍ୱାଧୀନତା ସେନାନୀମାନଙ୍କୁ କେବଳ ଶବ୍ଦରେ ନୁହେଁ, କାର୍ଯ୍ୟରେ ସମ୍ମାନ କରିବା ଆବଶ୍ୟକ । ସତ୍ୟନିଷ୍ଠା, କାର୍ଯ୍ୟକୁଶଳତା ଓ କରୁଣାର ସହିତ ସେବାରେ ନିଜକୁ ନିୟୋଜିତ କରି ଜର୍ଯ୍ୟ ସମ୍ପାଦନ କରିବାକୁ ହେବ ।