ଛାତ୍ରଙ୍କ ଠାରୁ ଲାଞ୍ଚ ନେଇ ଧରାପଡ଼ିଲେ କିରାଣୀ
ଭୁବନେଶ୍ୱର: ଜଣେ ଛାତ୍ରଙ୍କ ଠାରୁ ଲାଞ୍ଚ ନେଇ କଲେଜର କନିଷ୍ଠ କିରାଣୀ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଦେବଗଡ଼ କଲେଜର କନିଷ୍ଠ କିରାଣୀ ମଞ୍ଜୁଳା ପ୍ରଧାନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଛାତ୍ରଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ସାର୍ଟିଫିକେଟ କରାଇଦେବାକୁ ସେ ଜଣେ ଛାତ୍ରଙ୍କ ଠାରୁ ଲାଞ୍ଚ ନେଉଥିଲେ ।