ରୋଟାରୀ ଓ ଇନରହୁଇଲ କ୍ଲବ୍ର ଅଧିଷ୍ଠାନ ଉତ୍ସବ
ଧର୍ମଶାଳା : ରୋଟାରୀ ଓ ଇନରହୁଇଲ କ୍ଲବ ଜାରକାର ମିଳିତ ଭାବେ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲା ଗଭର୍ଣ୍ଣର ରୋଟାରୀଆନ ମନୋଜ କୁମାର ତ୍ରିପାଠୀ, ଜିଲା ଅଧ୍ୟକ୍ଷା ମଧୁସ୍ମିତା ତ୍ରିପାଠୀ ଯୋଗଦେଇ ନିସ୍ୱାର୍ଥପର ସେବା କରିବାକୁ ରୋଟାରୀ ଓ ଇନରହୁଇଲ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ଅଧିଷ୍ଠାନ ଉତ୍ସବରେ ଜାରକା ରୋଟାରୀ କ୍ଲବର ପୂର୍ବତନ ସଭାପତି ଆଇନଜୀବୀ ରାଜେନ୍ଦ୍ର ପଲେଇ ଓ ସମ୍ପାଦକ ଜୟ ପ୍ରକାଶ ତ୍ରିପାଠୀଙ୍କ ଠାରୁ ନବନିର୍ବାଚିତ ସଭାପତି ସୁକାନ୍ତ କୁମାର ସ୍ୱାଇଁ ଓ ସମ୍ପାଦକ ରୋଟାରୀଆନ ଦୀପକ ଜେନା ୨୦୨୫/୨୬ ପାଇଁ ଦାୟିତ୍ୱ ଗ୍ରହଣ କରିଥିଲେ । ସେହିପରି ଜାରକା ଇନରହୁଇଲର ପୂର୍ବତନ ସଭାପତି ରଶ୍ମିତା ନାୟକ ଓ ସମ୍ପାଦକ ଲୋପାମୁଦ୍ରା ଷେଣ୍ଢ ୨୦୨୫/୨୬ ବର୍ଷ ପାଇଁ ନିବନିର୍ବାଚିତ ସଭାପତି ଲୋପାମୁଦ୍ରା ଷେଣ୍ଢ ଓ ସମ୍ପାଦକ ପ୍ରଭାତ ନଳିନୀ ସାହୁଙ୍କୁ ଦାୟିତ୍ୱ ହସତାନ୍ତର କରିଥିଲେ । ଅଧିଷ୍ଠାନ ଉତ୍ସବରେ ରୋଟାରୀଆନ ଲକ୍ଷ୍ମୀକାନ୍ତ ଚ୍ୟାଉପଟ୍ଟନାୟକ ସ୍ୱାଗତ କରିଥିବା ବେଳେ ରୋଟାରିଆନ ବିନୋଦ ପରିତା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ପୂର୍ବତନ ଇନରହୁଇଲ ସଭାନେତ୍ରୀ ମିନତୀ ସାହୁ, ସଦସ୍ୟା ଅର୍ଚ୍ଚନା ସ୍ୱାଇଁ ଓ ବିଶ୍ୱମିତ୍ରା ସାହୁ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ରୋଟାରୀଆନ ପ୍ରଦୀପ୍ତ କୁମାର ବରାଳ, ଇଂ. ବିପିନ ଷଡଙ୍ଗୀ, ହରିହର ପଣ୍ଡା, ଅଜାମ୍ବର ସାହୁ, ପ୍ରଶାନ୍ତ ପୃଷ୍ଟି, ଜୟପ୍ରକାଶ ତ୍ରିପାଠୀ, କଳାକର ମହାନ୍ତି, କ୍ୟାପଟେନ ତ୍ରିଲୋଚନ ବିଶ୍ୱାଳ, ପ୍ରମୋଦ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରୋଟାରୀଆନ ଜୟନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।