ମୃତୁ୍ୟ ପୂର୍ବରୁ ଅଙ୍ଗଦାନ : ଦଶ ବର୍ଷର ଶିଶୁ ଶରୀରରେ ପ୍ରତ୍ୟାରୋପଣ

 ଆସିକା : ମୃତୁ୍ୟ ପୂର୍ବରୁ ନିଜ ଶରୀରର ବିଭିନ୍ନ ଅଙ୍ଗ ଦାନ କରି ଅମର ହୋଇଛନ୍ତି ସୁରେଶ ପଟ୍ଟନାୟକ ।  ତାଙ୍କ କିଡ଼ନୀକୁ ଜଣେ ୧୦ ବର୍ଷର କୋମଳ ମତି ଶିଶୁର ଶରୀରରେ ପ୍ରତ୍ୟାରୋପଣ କରାଯାଇଛି । ଏହି ମହତ କାମ ଯୋଗୁଁ ଦେଶ ଓ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସୁରେଶ । ପ୍ରକାଶ ଥାଉକି ଆସିକା ବ୍ଲକ ବଡ଼ଖୋଲି ପଂଚାୟତର ସାନଖୋଲି ଗ୍ରାମର ଅଶୋକ ପଟ୍ଟନାୟକଙ୍କ ସାନ ପୁଅ ସୁରେଶ କୁମାର ପଟ୍ଟନାୟକ (୨୨)ଙ୍କ ଗତ ଚାରି ଦିନ ପୂର୍ବରୁ ବେଙ୍ଗଲୋର ନିକଟ ଚିନ୍ତାମଣି ରୋଡ ମଲ୍ଲୀ ମକାନପୁର ଠାରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲା । ମେଡିକାଲରେ ତିନିଦିନ ଚିକିସôିତ ପରେ ବ୍ରେନ ଡେଡ ହୋଇଥିବା ଡାକ୍ତର କହିଥିଲେ । ସେହି ଅଞ୍ଚଳର ଜଣାଶୁଣା ଜେଏସକେ ସ୍ୱେଚ୍ଛାସେବୀ ସଂଗଠନ ବ୍ରେନ ଡେଡ ଖବର ପାଇବା ପରେ ସଂଗେ ସଂଗେ ସୁରେଶଙ୍କ ବାପା ଅଶୋକ ପଟ୍ଟନାୟକ, ମା ଏବଂ ବଡ଼ ଭାଇ ସହ ପରାମର୍ଶ ନେଇଥିଲେ । ଏଥି ସହିତ ୧୦ ବର୍ଷର କୋମଳ ମତି ଶିଶୁର ଶରୀର ନିମନ୍ତେ ଆବଶ୍ୟକ କିଡ଼ନୀ ସମ୍ପର୍କରେ ଆକୁଳ ନିବେଦନ କରିଥିଲେ । ବହୁତ ସମୟ ପରାମର୍ଶ ପରେ ପରିବାର ବର୍ଗ ସୁରେଶର କିଡ଼ନୀ, ଲିଭର, ଲନ୍ସ, ହାର୍ଟ ଭଳି ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ ଦାନ କରିବା ପାଇଁ ମେଡିକାଲକୁ ସହମତି ପ୍ରଦାନ କରିଥିଲେ । ସୁରେଶର ଏହି ପାଞ୍ଚ ଅଙ୍ଗ ବାହାର କଲା ପରେ ମେଡିକାଲ ପକ୍ଷରୁ ମୃତୁ୍ୟ ଘୋଷଣା କରିଥିଲେ । ଏହାପରେ ସୁରେଶ ର ମର ଶରୀର କୁ ଶବ ବ୍ୟବଛେଦ ପରେ ନିଜ ଗାଁ ସାନଖୋଲିକୁ ଅଣା ଯାଇଥିଲା । ଗୋଟିଏ ପଟେ ଅଙ୍ଗ ଦାନ କରି ୧୦ ବର୍ଷର ଶିଶୁର ଜୀବନ ରକ୍ଷା କରିବା ଏବଂ ଅନ୍ୟ ପଟେ ଅନ୍ୟ ଅଙ୍ଗ ଗୁଡିକ ଅନ୍ୟ କେତେକ ଲୋକର ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥିବା ତାଙ୍କର ଏଭଳି ଅଙ୍ଗ ଦାନ ନିମନ୍ତେ ରାକେଶ ଅମର ହୋଇ ପାରନ୍ତି କିନ୍ତୁ ପରିବାରର ଶିକ୍ଷିତ ରୋଜଗାର ପୁଅଟିଏ ବାପା ଓ ମା’କୋଳରୁ ସବୁଦିନ ପାଇଁ ଚାଲିଗଲା ।