ରୋଷେୟାଙ୍କୁ ପ୍ରଧାନଶିକ୍ଷୟିତ୍ରୀଙ୍କ ନିର୍ଯାତନା ଅଭିଯୋଗ
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିର ବଣଭୂଇଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ୱାରା କାର୍ଯ୍ୟରତ ରୋଷେୟାଙ୍କୁ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବଣଭୂଇଁ ସରକାରୀ ଉଚ୍ଚ ବିଦ୍ୟାଳୟର ରୋଷେୟା ଓ ପିଅନ ଭାବେ ପ୍ରମିଳା ଦେହୁରୀ ୨୦୧୫ ମସିହାରୁ କାର୍ଯ୍ୟକରି ଆସୁଛନ୍ତି । କିନ୍ତୁ ଦୁଃଖର ବିଷୟ ଭକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଇତିଶ୍ରୀ ରାଉତ ଉଦେ୍ଦଶ୍ୟମୂଳକ ଭାବେ ଶ୍ରୀମତୀ ଦେହୁରୀଙ୍କୁ ବିଭିନ୍ନ ପ୍ରକାରର ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଛନ୍ତି । ଏହା ସହ ବିଦ୍ୟାଳୟର ୪ ଜଣ ମହିଳା ରୋଷେୟା ଥିବାବେଳେ ୨ ଜଣ ରୋଷେୟାଙ୍କୁ ତାଙ୍କ ଘର ରୋଷେୟା ଭାବେ କାର୍ଯ୍ୟ କରାଉଥିବା ସହ ସେମାନଙ୍କୁ ସମସ୍ତ ସୁବିଧା ଦେଉଥିବା ବେଳେ କିନ୍ତୁ ଶ୍ରୀମତୀ ଦେହୁରୀଙ୍କୁ ଏଥିରୁ ବଞ୍ଚିତ କରିଛନ୍ତି । ଏପରିକି ତାଙ୍କୁ ରୋଷେଇ ସାମଗ୍ରୀ ଚୋରି ହେଉଥିବା କହି ତାଙ୍କ ରହୁଥିବା ରୁମରେ ବାକ୍ସ, ବ୍ୟାଗ ଖୋଜାଖୋଜି କରନ୍ତି । ପୂର୍ବରୁ ଅନେକ ଥର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଲିଖିତ ଜଣାଇଛିକି ଯଦି ମୁଁ କାମ କରୁନାହିଁ ମତେ ଅନେତ୍ର ବଦଳି କରିଦିଅ ତାହାବି କରୁନାହାନ୍ତି ବୋଲି ଲିଖିତ ଭାବେ ଅଭିଯୋଗ କରିଛନ୍ତି ।ଏହି ଅଭିଯୋଗକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରାଉତଙ୍କ ମତାମତ ନେବେରୁ ସେ କହିଥିଲେ ତାଙ୍କର ସରକାରଙ୍କ ନିୟମ ଅନୁସାରେ ୧୫ଦିନ ଛୁଟି ସମ୍ପୁର୍ଣ୍ଣ ହୋଇଥିବାରୁ ସେ ଛୁଟି ଦେଇ ପାରି ନ ଥିଲେ । ତାଙ୍କ ବଦଳିକୁ ନେଇ ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରୋଷେୟାର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବ୍ଲକ ମଙ୍ଗଳ ଅଧିକାରୀ ଶୈଳେନ୍ଦ୍ର ଶତପଥିଙ୍କୁ ପଚାରିବାରୁ ସେ ଉକ୍ତ ବିଷୟରେ ତଦନ୍ତ କରୁଥିବା କହିଛନ୍ତି ।