ସ୍ୱଚ୍ଛ ଭାରତ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଗୋପ:  ଭାରତ ସରକାରଙ୍କ ପ୍ରମୁଖ ବିଭାଗଟି ହେଉଛି  ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) । ପଲ୍ଲୀ ଠାରୁ ଦିଲ୍ଲୀ ଓ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ସ୍ୱଚ୍ଛ ଭାରତ ମିଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି ସତ କିନ୍ତୁ ତାହା କେତେଦୂର ସଠିକ୍ ଭାବେ କାର୍ଯ୍ୟକାରୀ ହେଉଛି ତାହା ତଦନ୍ତ ସାପେକ୍ଷ । ଉକ୍ତ ଯୋଜନାରେ ବ୍ୟାପକ ଅନିୟମିତତା ସହିତ ଅନେକ ଦୁର୍ନୀତି ଦେଖିବାକୁ ମିଳିଛି ।  ଏଭଳି ଘଟଣା ଗୋପ ବ୍ଲକ ଅଧୀନସ୍ଥ ତରକୋର ପଞ୍ଚାୟତରେ ଦେଖିବାକୁ ମିଳିଛି । ଏଠାରେ ନିର୍ମାଣ ହୋଇଥିବା  ଡଷ୍ଟବିନ୍  ଗୁଡିକରେ ବ୍ୟବହାର ହେଉଥିବା ସାମଗ୍ରୀ ଅତି ନିମ୍ନମାନର ବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି । ପଞ୍ଚାୟତରେ ଯେଉଁ ସବୁ ଡଷ୍ଟବିନ କାର୍ଯ୍ୟ କରାଯାଇଛି, ସେଥିମଧ୍ୟରୁ  ଅନେକ ସ୍ଥାନରେ ନିର୍ମାଣ ହେବାର ଅଳ୍ପ ଦିନ ଭିତରେ ନଷ୍ଟ ହେଲାଣି ତ  କେଉଁଠି ଏଜେବେଷ୍ଟ ଭାଙ୍ଗି ଗଲାଣି ତ, କେଉଁଠି ରଙ୍ଗ ଛାଡି ଗଲାଣି । ତେବେ ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ବାଲିକପିଳେଶ୍ୱର ମନ୍ଦିର ନିକଟରେ ଭକ୍ତମାନଙ୍କ ପାଇଁ ନିର୍ମାଣ ହୋଇଥିବା ଡଷ୍ଟବିନ ଗୁଡିକ ସବୁ ଭାଙ୍ଗି ଗଲାଣି ।  ପାନୀୟ ଜଳ ଟାଙ୍କିରେ ଘୋଡଣି ନ ଥିବାରୁ ଭକ୍ତମାନେ ଦୂଷିତ ପାଣି ବ୍ୟବହାର କରି ରୋ ରେ ଆକ୍ରାନ୍ତ ହେବା ନିଶ୍ଚିନ୍ତ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ । ଉକ୍ତ ଡଷ୍ଟବିନରେ ବ୍ୟବହାର ହୋଇଥିବା ଏଜେବେଷ୍ଟ ଭାଙ୍ଗି ଯାଇଥିବାରୁ ଖଲିପତ୍ର ଉଡି ପରିବେଶ ଦୂଷିତ କରୁଛି । ଉକ୍ତ ପଞ୍ଚାୟତର ବିଷ୍ଣୁଚରଣ ବେହେରା ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କଲା ପରେ ମଧ୍ୟ କେହି ବି କର୍ଣ୍ଣପାତ କରୁନାହାନ୍ତି । ସ୍ୱଚ୍ଛ ଭାରତ ମିଶନରେ ଭାରତ ସରକାର ଏବଂ ଓଡିଶା ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରତିନିଧିଙ୍କ ଅପାରଗତା ଓ ବାଟମାରଣା ନୀତି ଯୋଗୁଁ କେବଳ ତରକୋର ଗ୍ରାମ ପଞ୍ଚାୟତ ନୁହେଁ ବରଂ ଅନେକ ଜାଗାରେ ଏହା ସ୍ଥାଣୁ ପାଲଟିଯାଇଛି । ବାଲିକପିଳେଶ୍ୱର ଭଳି ପବିତ୍ର ଶୈବ ପୀଠର ପରିବେଶ ପରିସ୍କାର ରହିବା ସହିତ ସ୍ୱଚ୍ଛ ଭାରତ ମିଶନରେ ହେଉଥିବା ଦୁର୍ନୀତିକୁ କିପରି ରୋକାଯାଇ ପାରିବ, ସେଥିପ୍ରତି ବିଭାଗୀୟ ଅଧିକାରୀ ଓ ଗୋପ ବିଡ଼ିଓ ଓ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।