ଲାଲକିଲ୍ଲା ବିସ୍ଫୋରଣ : ମହିଳା ଡାକ୍ତର ସହ ୪ ଗିରଫ

ଲାଲକିଲ୍ଲା ବିସ୍ଫୋରଣ : ମହିଳା ଡାକ୍ତର ସହ ୪ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲା ଆତ୍ମଘାତୀ ବିସ୍ଫୋରଣ ମାମଲାରେ ଜଡିତ ଆଉ ୪ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) । ଏହି ମାମଲାରେ ମୋଟ ଗିରଫ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ପଟିଆଲା ହାଉସ କୋର୍ଟର ଜିଲ୍ଲା ସେସନ୍ସ ଜଜ୍‌ ଦ୍ୱାରା ଜାରି କରାଯାଇଥିବା ପ୍ରଡକ୍ସନ ଅର୍ଡର ପରେ ୪ ଜଣ ଅଭିଯୁକ୍ତଙ୍କୁ ୧୦ ଦିନିଆ ଏନଆଇଏ ହେପାଜତକୁ ପଠାଇ ଦିଆଯାଇଛି । 


     ଏନଆଇଏ ଚିହ୍ନଟ କରିଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜମ୍ମୁ ଓ କାଶ୍ମୀର ପୁଲୱାମାର ଡାକ୍ତର ମୁଜାମ୍ମିଲ ଶକିଲ ଗଣାଇ, ଅନନ୍ତନାଗର ଡାକ୍ତର ଆଦିଲ ଅହମ୍ମଦ ରାଥର,  ଶୋପିଆନର ମୁଫତି ଇରଫାନ ଅହମ୍ମଦ ୱାଗେ  ଓ ଉତ୍ତରପ୍ରଦେଶ ଲକ୍ଷେ୍ନøର  ଡାକ୍ତର ଶାହିନ ସଇଦ ଭାବରେ ଚିହ୍ନଟ କରିଛି । ଏନଆଇଏ ତଦନ୍ତ ଅନୁସାରେ ଏମାନେ ଆତଙ୍କବାଦୀ ଆକ୍ରମଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଯାହା ଦ୍ୱାରା ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଛି । ଅନେକ ଆହତ ହୋଇଛନ୍ତି । ଏନଆଇଏ ପୂର୍ବରୁ ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅମିର ରସିଦ ଅଲ୍ଲୀ, ଯାହାଙ୍କ ନାମରେ ବିସ୍ଫୋରଣରେ ବ୍ୟବହୃତ କାର ପଞ୍ଜିକୃତ ହୋଇଥିଲା । ଜସିର ବିଲାଲ ୱାନି ଓରଫ ଡାନିଶ, ଯିଏ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀକୁ ବୈଷୟିକ ସହାୟତା ଯୋଗାଇଥିଲା ।