ଲାଲୁ ପ୍ରସାଦ ଯାଦବଙ୍କୁ ଶକ୍ତ ଝଟ୍କା

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶକ୍ତ ଝଟ୍କା । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ଯାଦବ, ସ୍ତ୍ରୀ ରାବ୍ରୀ ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ପାଇଁ ବଢିଛି ଅଡୁଆ । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଆଇଆରସିଟିସି ଦୁର୍ନୀତି ଏବଂ ଚାକିରି ପାଇଁ ଜମି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ଓ ତାଙ୍କ ପରିବାର ବିରୋଧରେ ଚାର୍ଜଫ୍ରେମ୍ ପ୍ରକାଶ ପାଇଛି ।
ରାଉସ୍ ଆଭେନ୍ୟୁ କୋର୍ଟର ସିବିଆଇ ବିଚାରପତି ବିଶାଳ ଗୋଗାନେ ଆଇଆରସିଟିସି ମାମଲାରେ ରାୟ ଶୁଣାଇ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଦର ଅପବ୍ୟବହାର, ଷଡ଼ଯନ୍ତ୍ର ଏବଂ ଟେଣ୍ଡର ପ୍ରକ୍ରିୟାରେ ହେରଫେରରେ ଲାଲୁ ଯାଦବ ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଥିଲେ ।