ଜୁଆ ଆଡ୍ଡାରେ ଚଢାଉ, ୫ ମହିଳା ସମେତ ୧୧ ଗିରଫ

୨ ଲକ୍ଷ, କାର ଓ ୧୪ଟି ମୋବାଇଲ ଜବତ
ଗଞ୍ଜାମ : ଗଞ୍ଜାମ ପୁଲିସ ଜିଲ୍ଳା ପକ୍ଷରୁ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଗତକାଲି ବିଳମ୍ବିତ ରାତ୍ରରେ ଛତ୍ରପୁର ପୁଲିସ ଏକ ଜୁଆ ଆଡ୍ଡାରେ ଅଚାନକ ଚଢାଉ କରାଯାଇ ୨ଲକ୍ଷ ଦୁଇ ହଜାର ୫୭୦ ଟଙ୍କା ଜବତ କରିବା ସହ ଗୋଟିଏ ମାମଲା ରୁଜୁ କରିବା ସହ ୫ଜଣ ମହିଳା ଓ ୬ଜଣ ପୁରୁଷ ମୋଟ ୧୧ଜଣ ଜୁଆଡିକୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ କାର ଓ ୧୪ଟି ମୋବାଇଲ ଫୋନ ଜବତ କରିଥିବା ଥାନା ଅଧିକାରୀ ସବ୍ୟସାଚ୍ଚି ମଲ୍ଲ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରୁ ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ର ପୂର୍ବାଣି ଋତୁକୁ ଦୃଷ୍ଟିରେ ରଖି ଜୁଆ ଆଡ୍ଡା ଓ ବେଆଇନ ବାଣ କରବାର ଚଢାଉ କରିବାକୁ ଥାନା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟମ୍ବର ୧୫ ରୁ ୧୧ ଅକ୍ଟୋବର ମଧ୍ୟରେ ଗଞ୍ଜାମ ପୁଲିସ ଜିଲ୍ଲାରେ ବିଭିନ୍ନ ଥାନା ପକ୍ଷରୁ ୧୧୧ଟି ଜୁଆ ଆଡ୍ଡାରେ ଚଢାଉ କରାଯାଇ ୨୫ ଲକ୍ଷ ୮୩ହଜାର ୩୨୦ ଟଙ୍କା ଜବତ କରିବା ସହ ୬୭୦ଜଣ ଜୁଆଡି ଗିରଫ କରିବା ସହ ୨୨୨ଟି ମୋବାଇଲ ଫୋନ ୩୫ଗାଡି ଜବତ କରିଥିବା ସୂଚନା ମିଳିଛି । ସେହିପରି ଗଞ୍ଜାମ ପୁଲିସ ଜିଲାରେ ୩୮ ଟି ବେଆଇନ ବାଣ କାରବାର ମାମଲା ରୁଜୁ ହେବା ସହ ୬୦ ଲକ୍ଷ ୭୮ ହଜାର ଟଙ୍କାର ବାଣ ଜବତ କରାଯାଇଛି । ଆଗାମୀ ଦିନରେ ଏହି ଚଢାଉ ଜାରି ରହିବ ବୋଲି ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି ।