ଲେଉଟିଲେ କଳା ସାଆନ୍ତେ
ାା ପ୍ରଭାନୁ୍ୟଜ୍ ।ା ପଟ୍ଟାମୁଣ୍ଡାଇ,: ଜନ୍ମବେଦୀରୁ ଫେରିଛନ୍ତି କଳା ସାଆନ୍ତେ । ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରଙ୍କୁ ଧରି ଲେଉଟି ରତ୍ନବେଦୀକୁ ଲେଉଟି ଆସିଛନ୍ତି ମହାବାହୁ । ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ବାହୁଡ଼ା ଯାତ୍ରା । ଏହି କ୍ରମରେ ପଟ୍ଟାମୁଣ୍ଡାଇର ବିଭିନ୍ନ ଅଞ୍ଚଳରେ ପବିତ୍ର ବାହୁଡାÿ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ମୁଖ୍ୟ ରଥଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । ପ୍ରତୁ୍ୟଷରୁ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତମାନେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ମା’ ସୁଭଦ୍ରାଙ୍କର ଯଥାବିଧି ପୂଜା ଅର୍ଚ୍ଚନା କରିଥିଲେ । ବ୍ରାହ୍ମଣ ପଣ୍ଡିତମାନେ ମନ୍ତ୍ର ଧ୍ୱନି ମଧ୍ୟରେ ପହଣ୍ଡି ବିଜେ କରିବା ପରେ ସୁସଜ୍ଜିତ ରଥରେ ପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ରଥାରୁଢ଼ କରାଯାଇଥିଲା । କାଉନସିଲର ତଥା ମୁଖ୍ୟପୂଜକ ମୃତୁ୍ୟଞ୍ଜୟ ପାଢ଼ୀଙ୍କ ନେତୃତ୍ୱରେ ହରପାର୍ବତୀ ମନ୍ଦିରରୁ ଆଜ୍ଞଓମାଳ ଆସିବା ପରେ ବାହୁଡାÿ ଯାତ୍ରା ପାଇଁ ବିଧିବଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପୌର ଅଧକ୍ଷ ହେମନ୍ତ ସାହୁ, ମାଉସୀ ମା’ ମନ୍ଦିର ପରିଚାଳନା କମିଟି ସଭାପତି ପ୍ରଫେସର ଅର୍ଜୁନ ନାୟକଙ୍କ ସମେତ ପରିଚାଳନା କମିଟି ସଦସ୍ୟଙ୍କ ସହଯୋଗରେ ଆୟୋଜିତ ବାହୁଡାÿ ଯାତ୍ରାରେ ପତିତପାବନ ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ ପ୍ରଭୁଙ୍କ ରଥ ସମ୍ମୁଖରେ ଛେରା ପଂହଁରା କରିବା ପରେ ବାହୁଡାÿ ଯାତ୍ରା ଯଥାବିଧି ଆରମ୍ଭ କରିଥିଲେ । ପତିତପାବନଙ୍କ ବାହୁଡାÿ ଯାତ୍ରା ପାଇଁ ସମଗ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳ ଉସôବମୁଖର ହୋଇପଡିଥିଲା । ଏହି ରଥଯାତ୍ରାରେ ପଟ୍ଟାମୁଣ୍ଡାଇ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ପୁରୁଷ ମହିଳା ସାମିଲ ହୋଇ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ବକ୍ତାରପୁର ମାଉସୀ ମା’ ମନ୍ଦିର ଠାରୁ ରଥ ଟାଣି ଟାଣି ପୋଖରୀଆପଡା ପତିତପାବନ ମନ୍ଦିର ପର୍ଯ୍ୟନ୍ତ ଆଣିଥିଲେ । ରଥ ଦଉଡି ସ୍ପର୍ଶ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଭକ୍ତିଭାବକୁ ଦେଖିବାକୁ ମିଳିଥିଲା । ବାହୁଡାÿ ଯାତ୍ରା ପାଇଁ ସମଗ୍ର ଲୋକାରଣ୍ୟ ହୋଇପଡିଥିଲା । ହଜାର ହଜାର ପୁରୁଷ ଓ ମହିଳାମାନେ ପ୍ରଭୁଙ୍କ ରଥକୁ ବକ୍ତାରପୁର ମାଉସୀ ମା ମନ୍ଦିର ନିକଟରୁ ଟାଣି ଟାଣି ପୋଖରୀଆପଡା ପତିତପାବନ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ । ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ସେଠୀ, ଆଦର୍ଶ ଥାନା ଆଇ ଆଇ ସି ରଂଜିତ ମହାନ୍ତି ପୁଲିସ ବାହିନୀ ସହିତ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡାÿ ଯାତ୍ରା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ଶ୍ରୀଜଗନ୍ନାଥ ପ୍ରଭୁ ବଳଭଦ୍ର, ମା’ ସୁଭଦ୍ରାଙ୍କ ଯଥା ବିଧି ପୂଜାର୍ଚ୍ଚନା ପରେ ଦିଅଁ ମାନଙ୍କୁ ରଥାରୁଢ଼ କରାଯାଇଥିଲା । ଯଥାବିଧି ଛେରାପଂହଁରା ପରେ ବାହୁଡାÿ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବାହୁଡାÿ ଯାତ୍ରା ପାଇଁ ବାଲିପାଟଣା ଲୋକାରଣ୍ୟ ହୋଇପଡିଥିଲା ଓ ବାଲିପାଟଣା ମାଉସୀ ମା’ ମନ୍ଦିର ନିକଟରୁ ଶହ ଶହ ଶ୍ରଦ୍ଧାଳୁ ମାନେ ରଥକୁ ଟାଣି ଟାଣି ଭବ୍ୟ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଆଣିଥିଲେ । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ସିଦ୍ଧପାଟଣା ଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡାÿ ଯାତ୍ରା ଯଥାବିଧି ଅନୁଷ୍ଠିତ ହୋଇଥିଲା । ଯଥାବିଧି ପୂଜାର୍ଚ୍ଚନା ଓ ପହଣ୍ଡି ବିଜେ ପରେ ପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ସୁସଜ୍ଜିତ ରଥରେ ରଥାରୁଢ଼ କରାଯାଇଥିଲା । ଯଥା ବିଧି ଛେରା ପଂହଁରା ପରେ ରଥ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କଷଣଅଣ୍ଟା ଗ୍ରୀନ ଗୋଲା ଛକରୁ ହଜାର ହଜାର ପୁରୁଷ ଓ ମହିଳା ରଥ ଟାଣି ଟାଣି ସିଦ୍ଧପାଟଣା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ । ସେହିପରି ଅଳପୁଆ, ଅଣ୍ଢରା, ଅମୃତମଣୋହି, ତନୁପୁର, ମାଳିପୁର, ବଡ଼ପଡା, ନୀଳକଣ୍ଠପୁର ଆଦି ବିଭିନ୍ନ ଅଞ୍ଚଳରେ ପବିତ୍ର ବାହୁଡାÿ ଯାତ୍ରା ମହାସମାରୋହରେ ବିପୁଳ ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି ।
ଏରସମା: ଏରସମା ବ୍ଲକ ଗଡକୁଜଙ୍ଗର ପ୍ରଶିଦ୍ଧ ସୁଭଦ୍ରା କ୍ଷେତ୍ରରେ ସୋମବାର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି । ସନ୍ଧ୍ୟାରେ କୁଞ୍ଜବିହାରୀ ମହାପ୍ରଭୁଙ୍କ ରଥ ସିଂହ ଦ୍ୱାରରେ ପହଞ୍ଚିଛନ୍ତି । ମହାପ୍ରଭୁଙ୍କୁ ପହଣ୍ଡି ବିଜେ କରାଯାଇଥିଲା, ରଥ ଉପରକୁ ରାଜା ରାଜନ ବେହେରା ଯାଇ ଛେରାପହଁରା କରିଥିଲେ । ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମାଉସୀ ମା’ ମନ୍ଦିର ପାଖରୁ ରଥ ଟଣା ଆରମ୍ଭ ହୋଇ କୁଞ୍ଜବିହାରୀଙ୍କସିଂହ ଦ୍ୱାରରେ ରଥ ପହଞ୍ଚିଥିଲା । ଅଭୟଚାନ୍ଦପୁର ଥାନା ଆଇଆଇସି ରାଜକିଶୋର ବେହେରା ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ । ସଂନ୍ଧ୍ୟାରେ ସୁଭଦ୍ରା ସାଂସ୍କୂତିକ କଳା ପରିଷଦ ପକ୍ଷରୁ ଭଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉସôବକୁ ଟ୍ରଷ୍ଟ ସମ୍ପାଦକ ପିତାମ୍ବର ରାଉତ,ବିଷ୍ଣୁ ପ୍ରଧାନ, ଜଦୁନାଥ ଖଟୁଆ, ସମ୍ପଦ ବାରିକ,ସଞ୍ଜୟ ମହାପାତ୍ର, ବିଜୟ ଚନ୍ଦ୍ର ନାୟକ,ପ୍ରକାଶ ଦାସ,ନଳିନୀ ବେହେରା, ତପନ ସାମଲ, ଭୋଳାନାଥ ସ୍ୱାଇଁ , ରମେଶ ଚନ୍ଦ୍ର ଜେନା ପ୍ରମୁଖ ପରିଚାଳନା କରିଥିଲେ ।